Oplus_131072

ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ  ଫେରିଲା ବିଦ୍ୟାଳୟ

ନୟାଗଡ଼,(ଓଡ଼ିଶା ଦର୍ପଣ ):ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷା ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚୀବ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ତ୍ଵାବଧାନରେ ଅଧାରୁ ପାଠପଢା  ଛାଡୁଥିବା ଛାତ୍ର, ଛାତ୍ରୀଙ୍କୁ ବିଦ୍ୟାଳୟକୁ ପୁଣି ଥରେ ଫେରାଇ ଆଣିବା ପାଇଁ ପଦକ୍ଷେପ ନୀୟl ଯାଉଛିl ନୟାଗଡ଼ ବ୍ଲକ କାଳନ୍ଦୀ ସୁରଜ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ବିରୁଡ଼ା ରେ ଅଧା ରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ସଚୀବ ଜାଣିବାକୁ ପାଇଲେ ଯେ,ଏହି ବିଦ୍ୟାଳୟର କେତେକ ଛାତ୍ର, ଛାତ୍ରୀ ବିଦ୍ୟାଳୟ କୁ ପାଠପଢିବାକୁ ଆସୁନାହାନ୍ତି l ଏହା ପରେ ସେ ଏହି ଛାତ୍ର, ଛାତ୍ରୀ ଙ୍କୁ ବିଦ୍ୟାଳୟ କୁ ଫେରାଇ ଆଣିବl ପାଇଁ ନିର୍ଦ୍ଦେଶ ଦେଇଥିଲେ l ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଏବଂ ଶୁଭସ୍ମିତା ମିଶ୍ର ବିରୁଡା ଗାଁ କୁ ଯାଇ ଅଭିଭାବକଙ୍କୁ ଯୋଗା ଯୋଗ କରି ବିରୁଡ଼l ର ତୁଳସି ମଣ୍ଡଳ ଙ୍କୁ ବିଦ୍ୟାଳୟ କୁ ଫେରାଇ ଆଣିଛନ୍ତି l ବାକି ଛାତ୍ରଛାତ୍ରୀ ଖୁବ୍ ଶିଘ୍ର ପାଠ ପଢି ଆସିବେ ବୋଲି ଏହି କର୍ମୀ ମାନେ ପ୍ରକାଶ କରିଛନ୍ତି l ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଏପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ସ୍ବାଗତ କରିଛନ୍ତି l

ଅଧିକ ପଢନ୍ତୁ