ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ : ଜିଲ୍ଲାପାଳଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ

ରାୟଗଡ଼, ୧୨ ଅଗଷ୍ଟ ୨୦୨୬ :ସ୍ୱାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଚଳିତ ବର୍ଷ ୯ ଅଗଷ୍ଟରୁ ୧୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଉଛି। ଏହି ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ବ୍ୟାପକ ଓ ସଫଳ କରିବା ଲକ୍ଷ୍ୟରେ ରାୟଗଡ଼ ଜିଲ୍ଲାରେ ବିଭିନ୍ନ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ଅଭିଯାନ ସମ୍ପର୍କରେ ଆଜି, ୧୨ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ନୂତନ ସମ୍ମିଳନୀ କକ୍ଷ, ଜିଲ୍ଲାପାଳ କାର୍ଯ୍ୟାଳୟ ରାୟଗଡ଼ଠାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଦ୍ୱାରା ଏକ ପ୍ରେସ୍‌ ମିଟ୍‌ ଆୟୋଜିତ ହେବ। ଏହି ପ୍ରେସ୍‌ ମିଟ୍‌ରେ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଜିଲ୍ଲାରେ ଏହାର ରୂପାୟଣ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଉପସ୍ଥିତ ଥିଲେ।
ଏହି ଅଭିଯାନ ସମ୍ପର୍କରେ ଆଜି, ୧୨ ଅଗଷ୍ଟ ୨୦୨୬ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ନୂତନ ସଭାଗୃହ, ଜିଲ୍ଲାପାଳ କାର୍ଯ୍ୟାଳୟ, ରାୟଗଡ଼ଠାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ପ୍ରେସ୍‌ ମିଟ୍‌ରେ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ଓ ଜିଲ୍ଲାରେ ଏହାର ରୂପାୟଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି adhika

ଏହାର ଅଂଶସ୍ୱରୂପ ୧୩ ଅଗଷ୍ଟ ୨୦୨୬, ସକାଳ ୮.୩୦ ଘଟିକା ସମୟରେ ରାୟଗଡ଼ ସଦର ମହକୁମାରେ ଏକ ଜିଲ୍ଲାସ୍ତରୀୟ ତିରଙ୍ଗା ରାଲି (ପଦଯାତ୍ରା) ଓ ବାଇକ୍‌ ରାଲି ଆୟୋଜିତ ହେବ। ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ଠାରୁ ଆରମ୍ଭ ହୋଇ ଓଭରବ୍ରିଜ୍‌ ଦେଇ ଗାନ୍ଧୀ ପାର୍କଠାରେ ସମାପ୍ତ ହେବ। ଏଥିରେ ପ୍ରାୟ ୨,୦୦୦ ଜଣ ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, ସାଧାରଣ ନାଗରିକ, ମିଶନ ଶକ୍ତି ମହିଳା ଗୋଷ୍ଠୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ।

ସେହିପରି ୧୪ ଅଗଷ୍ଟ ୨୦୨୬,ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ ଠାରେ ସକାଳ ୧୦.୦୦ ଘଟିକା ସମୟରେ ରଙ୍ଗୋଲି, ଚିତ୍ର, Reel Making ପ୍ରତିଯୋଗିତା ଆୟୋଜିତ ହୋଇଛି ଏବଂ ସନ୍ଧ୍ୟା ୫.୦୦ ଘଟିକା ସମୟରେ ‘ବିଭାଜନ ବିଭୀଷିକା’ ଶୀର୍ଷକରେ ନୀରବ ପ୍ରାର୍ଥନା, ଫଟୋଚିତ୍ର ପ୍ରଦର୍ଶନୀ ଓ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଆୟୋଜନ କରାଯିବ।

ଅନୁରୂପ ଭାବେ ରାୟଗଡ଼ ଜିଲ୍ଲାରେ ୧୫ ଅଗଷ୍ଟ ୨୦୨୬, ଶନିବାର ଦିନ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ। ଉକ୍ତ ଦିନ ପିଏମ୍‌ ଶ୍ରୀ ଜିସିଡି ହାଇସ୍କୁଲ୍‌, ରାୟଗଡ଼ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୯.୧୫ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ସମାରୋହକୁ ଗରିମାମୟ କରିବେ। ୧୫ ଅଗଷ୍ଟ ୨୦୨୬, ସନ୍ଧ୍ୟା ୫.୦୦ ଘଟିକା ସମୟରେ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌, ରାୟଗଡ଼ଠାରେ ଏକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଜିଲ୍ଲାବାସୀଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା ଓ ତିରଙ୍ଗା ପ୍ରତି ସମ୍ମାନର ଭାବନାକୁ ଅଧିକ ସୁଦୃଢ଼ କରିବା ଏହି ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଭିଯାନରେ ଜିଲ୍ଲାବାସୀ, ଯୁବବର୍ଗ, ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ ସକ୍ରିୟ ଭାବେ ସାମିଲ ହୋଇ ‘ହର ଘର ତିରଙ୍ଗା’ର ବାର୍ତ୍ତାକୁ ଅଧିକ ବ୍ୟାପକ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଅଧିକ ପଢନ୍ତୁ