ଅଗଷ୍ଟ ୧୮ ପର୍ଯ୍ୟନ୍ତ DGP ଚୟନ ଚୂଡ଼ାନ୍ତ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (DGP) ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି (ଗୁରୁବାର) ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC)କୁ ଓଡ଼ିଶାର DGP ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ସ୍ଥଗିତ ରଖିବାକୁ କୋର୍ଟ କହିଛନ୍ତି।ଯଦିଓ ମାମଲାଟି ଆଜି ତାଲିକାଭୁକ୍ତ ଥିଲା, ଏହାର ଶୁଣାଣି ଆଜି (ଗୁରୁବାର) ହେବାର ସମ୍ଭାବନା କମ୍ ଥିଲା। ଏହାପରେ ଲଞ୍ଚ ବ୍ରେକ୍ ପାଇଁ ବେଞ୍ଚ ଉଠିବା ପୂର୍ବରୁ ଚିଦମ୍ବରମ ମାମଲାଟିକୁ ଉଲ୍ଲେଖ କରି ଆସନ୍ତାକାଲି (ଶୁକ୍ରବାର) ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, UPSC ଆଜି ଏକ ବୈଠକ କରି DGP ପଦ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଯାଉଛି। ଅନ୍ୟପଟେ ଓଡିଶା ସରକାର ଡିଜିପି ନିଯୁକ୍ତି ନେଇ କୌଣସି ବେନିୟମ କାମ କରିନାହାନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବରୁ ପ୍ରକାଶ ସିଂଙ୍କ ମାମଲା ନିର୍ଦ୍ଦେଶକୁ ଅନୁସରଣ କରାଯାଇଛି । ଏନେଇ କୋର୍ଟରେ ବଳିଷ୍ଠ ଯୁକ୍ତି ବାଢିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ । ଚାକିରି ସର୍ତ୍ତାବଳୀ ନେଇ ଆବେଦନକାରୀ ଅଜ୍ଞ ।

ଅଧିକ ପଢନ୍ତୁ