FSSAIକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ପ୍ୟାକେଜ୍‌ ଫୁଡ ପ୍ରଡକ୍ଟରେ ସତର୍କ ସୂଚନା ଦେବାକୁ ନିର୍ଦ୍ଦେଶ

ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ ଚେତାବନୀ ସୂଚକ ଚିହ୍ନ) ନ ଲଗାଇବାକୁ ନେଇ ଗୁରୁବାର ସୁପ୍ରିମକୋର୍ଟ FSSAI ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ।ପୂର୍ବରୁ ଏ ସମ୍ପର୍କିତ ନିର୍ଦ୍ଦେଶ ସରକାରଙ୍କୁ ଜାରି ହୋଇଥିଲା । ବର୍ତ୍ତମାନ ଏ କ୍ଷେତ୍ରରେ କୌଣସି ଠୋସ ପଦକ୍ଷେପ ଆସିନାହିଁ । ଏହି ନିର୍ଦ୍ଦେଶକୁ ସରକାର ପାଳନ କରିବାର ଆବଶ୍ୟକତା ରହିଛି । କର୍ପୋରେଟ ଗୁଡିକର ଚାପରେ ଏହା ପାଳନ ଦିଗରେ ସମସ୍ୟା ହେଉଛି କି ବୋଲି ସୁପ୍ରିମକୋର୍ଟ ପଶ୍ନ କରିଛନ୍ତି । ଲୋକଙ୍କ ହିତ ଲାଗି ସର୍ବୋଚ୍ଚ ଅଦାଲତ କାମ କରୁଛନ୍ତି । ନିଜ ହିତ ନୁହେଁ । ଯଦି କେନ୍ଦ୍ର ସରକାର ଏହାର ତ୍ୱରିତ ବିଚାର କରି ପଦକ୍ଷେପ ନ ନିଅନ୍ତି ତେବେ ସୁପ୍ରିମକୋର୍ଟ ଏହାକୁ କରିବ ବୋଲି ଏକ ଜନସ୍ବାର୍ଥ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ଜଷ୍ଟିସ୍‌ ଜେ.ବି. ପର୍ଦ୍ଦିୱାଲା ଏବଂ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଗିଦ କରିଛନ୍ତି।

ଅଧିକ ପଢନ୍ତୁ