ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ୬ ଜଣ ଛାତ୍ରୀ । ସମସ୍ତେ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି। କାହାକୁ କିଛି ସ୍ପଷ୍ଟ ଭାବେ କହିପାରିଲେ ନାହିଁ ଏବଂ ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅସ୍ବାଭାବିକ ଭାବେ ଥରିବାକୁ ଲାଗିଲା। ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରୁଛନ୍ତି ଅଭିଭାବକ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାଲିରୋଇ ସ୍ଥିତ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏଇ ଅଘଟଣ ଘଟିଛି । ଏହା ଅନ୍ଧବିଶ୍ୱାସ ବୋଲି ହେତୁବାଦୀମାନେ କହୁଛନ୍ତି ।
