ମହାରାଷ୍ଟ୍ରର ପୁଣେରେ ଆୟୋଜିତ “ଛାତ୍ରୋଁ କି ଗୁଞ୍ଜ” (Chaatron ki Gunj) କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଜଣେ ଛାତ୍ରୀ ସେଲ୍ଫି ନେବା ପରେ ହଠାତ୍ ରାହୁଲ ଗାନ୍ଧୀଙ୍କ ଗାଲରେ କିସ୍ କରୁଥିବା ଦେଖାଯାଉଛି । ଏହାପରେ ରାହୁଲ ଗାନ୍ଧୀ କିଛି ସମୟ ଛାତ୍ରୀଙ୍କ ସହ କଥା ହୋଇଥିଲେ । ପରେ ସୁରକ୍ଷାକର୍ମୀଙ୍କ ସହ ମଞ୍ଚରୁ ତଳକୁ ଚାଲିଯାଇଥିଲେ।ଘଟଣାର ଭିଡିଓ ‘ଏକ୍ସ’ରେ ସେୟାର ହେବା ପରେ ଦ୍ରୁତଗତିରେ ଭାଇରାଲ ହୋଇଥିଲା। କିଛି ସୋସିଆଲ ମିଡିଆ ୟୁଜର ଏହାକୁ ‘କ୍ୟୁଟ୍ ମୋମେଣ୍ଟ’ ବୋଲି କହିଥିବା ବେଳେ, ଆଉ କିଛି ଲୋକ ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସ୍ୱାଭାବିକ ବ୍ୟବହାର ସହ ଏହି ଘଟଣାକୁ ଯୋଡ଼ିଛନ୍ତି।ମହାରାଷ୍ଟ୍ର ବିଜେପି ଉପସଭାପତି କେଶବ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମକୁ ଏକ “ରାଜନୈତିକ କମେଡି ଶୋ” ବୋଲି କହିବା ସହ କଂଗ୍ରେସ ଛାତ୍ରମାନଙ୍କର ପ୍ରକୃତ ସମସ୍ୟା ଉଠାଇବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେପଟେ କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ମିଳିଥିବା ଅଭୂତପୂର୍ବ ସଫଳତା ଦେଖି ବିଜେପି ଭୟଭୀତ ହୋଇପଡ଼ିଛି।
