ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ଗତ ୨୪ ଘଣ୍ଟାରେ ରାଜ୍ୟର ହାରାହାରି ୩୨.୯ ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକରେ ସର୍ବାଧିକ ୧୬୯.୪ ମିମି ବର୍ଷା ହୋଇଛି। ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟୁ ୧୧ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲାଯାଇଛି । ୨ ଲକ୍ଷ ୮୮ ହଜାର ୯୭୮ କ୍ୟୁସେକ ଜଳ ଜଳ ମହାନଦୀକୁ ନିଷ୍କାସିତ ହେଉଛି । ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୫ ହଜାର ୮୪୦ କ୍ୟୁସେକ ଜଳ ପ୍ରବେଶ କରୁଛି ।
