ନଭେମ୍ବର ୨୪ରୁ ବାଲିଯାତ୍ରା! ଉପର ଓ ତଳ ପଡ଼ିଆରେ ହେବ ଆୟୋଜନ

ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ଆସନ୍ତା ନଭେମ୍ବର ମାସ ୨୪ ତାରିଖୁ ଆରମ୍ଭ ହେବାକୁ ଯାଉଛି କଟକ ଐତିହାସିକ ବାଲିଯାତ୍ରା । ଯାହା ଡିସେମ୍ବର ୧ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।। ଏଥର ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରାଯିବ । ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ବ୍ୟବସ୍ଥା ବଢ଼ାଯିବ। ଭିଡ଼ ନିୟନ୍ତ୍ରଣ ସହ ଯାନବାହନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କରାଯାଉଛି ||କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରୁ ମଧ୍ୟ କଳାକାରମାନେ ଆସି ବାଲିଯାତ୍ରା ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ପୂର୍ବ ବର୍ଷ ଯେଉଁ ସବୁ ଭୁଲ ରହିଥିଲା । ଚଳିତ ବର୍ଷ ସେସବୁ ସୁଧାର କରାଯିବ । ଖାସ୍ କରି ବାଲିଯାତ୍ରା ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ପାର୍କିଂର ବ୍ୟବସ୍ଥା କରାଯାଇଛି । ଗାଡ଼ି ଯେପରି ବଡ଼ ସ୍ଥାନରେ ପାର୍କିଂ ହୋଇପାରିବ, ସେ ବ୍ୟବସ୍ଥା ମଧ୍ୟ କରାଯିବ ।ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ହେବାକୁ ଥିବା ବେଳେ, ସୁରକ୍ଷା ଏବଂ ବ୍ୟବସ୍ଥାରେ ଅଧିକ ଧ୍ୟାନ ଦିଆଯିବ ।

ଅଧିକ ପଢନ୍ତୁ