ପିଲାଙ୍କ ପାଇଁ ରାତିରେ ସୋସିଆଲ୍ ମିଡିଆ ବନ୍ଦ! ଫେସ୍‌ବୁକ୍-ଇନ୍‌ଷ୍ଟାଗ୍ରାମକୁ କୋର୍ଟର କଡ଼ା ନିର୍ଦ୍ଦେଶ

ଶିଶୁ ଓ କିଶୋରମାନଙ୍କୁ ସୋସିଆଲ ମିଡିଆ ନିଶାରେ ପକାଉଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଫେସବୁକ-ଇନଷ୍ଟାଗ୍ରାମର ମାଲିକାନା ସଂସ୍ଥା ‘Meta’ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଆମେରିକାର ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷା ସହିତ ଜଡିତ ଏକ ବଡ଼ ମାମଲା ସମାପ୍ତ କରିବା ପାଇଁ ଏକ ସମାଧାନରେ ପହଞ୍ଚିଛି । ମେଟା ଏହି ମାମଲାରେ ପ୍ରାୟ ୧୭ ବିଲିୟନ ଡଲାର ଦେବା ସହ ପିଲାଙ୍କ ପାଇଁ ଏହାର ଆପ୍ସରେ ଅନେକ ପରିବର୍ତ୍ତନ କରିବ । ସେଥିପାଇଁ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଦିନକୁ ୨ ଘଣ୍ଟାର ଡିଫଲ୍ଟ ସୀମା ଏବଂ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆପ୍ ବ୍ୟବହାର ଉପରେ ମଧ୍ୟ ରୋକ ଲାଗିବ । ତେବେ ମେଟା ଏହି ମାମଲାର ସମାଧାନରେ କୌଣସି ଭୁଲ୍ ସ୍ବୀକାର କରିନାହିଁ ।୨୦୨୩ରେ ଆମେରିକାର ଅନେକ ରାଜ୍ୟର ଆଟର୍ଣ୍ଣି ଜେନେରାଲ Meta ବିରୋଧରେ ମାମଲା ଦାୟର କରିଥିଲେ। ଅଭିଯୋଗ ଥିଲା, Facebook ଓ Instagramରେ ଏପରି ଫିଚର ଡିଜାଇନ କରାଯାଇଛି ଯାହା ଶିଶୁ ଓ କିଶୋରମାନଙ୍କୁ ଦୀର୍ଘ ସମୟ ଧରି ଆପ୍‌ ବ୍ୟବହାର କରିବାକୁ ଉତ୍ସାହିତ କରୁଛି। ରାଜ୍ୟଗୁଡ଼ିକର ଅଭିଯୋଗ ଅନୁସାରେ, ଏହା ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ସହିତ ଏହି ବିପଦ ସମ୍ପର୍କରେ ଅଭିଭାବକ ଓ ବ୍ୟବହାରକାରୀଙ୍କୁ କମ୍ପାନୀ ଯଥେଷ୍ଟ ସୂଚନା ଦେଇନଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଗଷ୍ଟ ୨୦୨୬ରେ କାଲିଫର୍ଣ୍ଣିଆର ଏକ ଫେଡେରାଲ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ବୁଝାମଣା ପରେ ଏବେ ଏହା ଟ୍ରାୟାଲ ଭାବେ ଆଗକୁ ବଢ଼ିବ ନାହିଁ। ତେବେ ବୁଝାମଣାକୁ ଅନ୍ତିମ ମଞ୍ଜୁରି ଅଦାଲତ ଦେବାକୁ ବାକି ଅଛି।

ଅଧିକ ପଢନ୍ତୁ