ନେପାଳରେ ତିନି ଜଣ ଓଡ଼ିଆ ନିଖୋଜ ହୋଇଥିବା ଖବରକୁ ନେଇ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଚିନ୍ତା ବଢିଛି। ନିଖୋଜ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜର ବାରିପଦା ଅଞ୍ଚଳର ବୋଲି ଜଣାପଡ଼ିଛି। ରିପଦାର ଝିଅ କୁଲସାମ ନିଗାର୍ ନେପାଳରେ ନିଖୋଜ । ଟ୍ରାକିଙ୍ଗ ପାଇଁ ଯାଇ ନିଖୋଜ ହୋଇଥିବା ସୂଚନା। ଗତ ୨୫ ତାରିଖ ଶେଷ ଥର ଦିନ ୧୧ ଟାରେ ପରିବାର ସହ କଥା ହୋଇଥିଲେ କୁଳସମ୍। ଗତ ୨୧ ତାରିଖ ଦିନ କୁଲସମ୍ ବାରିପଦା ରୁ କଲିକତା ଯାଇଥିଲେ ସେଠାରୁ ମିଥିଳା ଏକ୍ସପ୍ରେସ ଟ୍ରେନ ଯୋଗେ ରୋକ୍ସଲ ଯାଇଥିଲେ।ଓଡ଼ିଶାର ଅନ୍ୟ ଜଣେ ବନ୍ଧୁ ମଧ୍ୟ ତାଙ୍କ ସାଥିରେ ଥିଲେ। ୨୨ ତାରିଖ ଦିନ ନେପାଳରେ ସେ ପହଞ୍ଚିଥିଲେ। ଦିନ ୧୦ ଟା ବେଳେ କରେନ୍ସି ଏକ୍ସଚେଞ୍ଜ କରିଥିଲେ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୨୫ ତାରିଖ ଦିନ ୧୧ ଟା ବେଳେ ଶେଷ ଥର ପାଇଁ ଘରକୁ ଫୋନ୍ କରିଥିଲେ। ଆଉ ଟ୍ରାକିଙ୍ଗ କରିବାକୁ ଯାଉଥିବା କଥା ସୂଚନା ଦେଇଥିଲେ। ମାତ୍ର ତା ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇନଥିବା ସୂଚନା ମିଳିଛି।ନେପାଳରେ ତିନି ଜଣ ଓଡ଼ିଆଙ୍କ ନିଖୋଜ ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନ ଓ ସେମାନଙ୍କ ସୁରକ୍ଷିତ ଫେରିବା ନେଇ ଆଶା ରଖିଛନ୍ତି।
