ନେପାଳକୁ ସାହାଯ୍ୟର ହାତ ବଢ଼ାଇଲେ ଟ୍ରମ୍ପ, ଆମେରିକା ଘୋଷଣା କଲା ୫ ଲକ୍ଷ ଡଲାରର ସହାୟତା !

ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନେପାଳକୁ ଯେକୌଣସି ପ୍ରକାରର ସାହାଯ୍ୟ ଆବଶ୍ୟକ ହେଲେ ଆମେରିକା ତାହା ଯୋଗାଇବାକୁ ପ୍ରସ୍ତୁତ।ମଜବୁତ୍ କୋଠାବାଡ଼ିଗୁଡ଼ିକ ତାସ ଘର ପରି ଭାଙ୍ଗି ପଡ଼ିଛି, ଏଭଳି ଭୟଙ୍କର ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।” ଅନ୍ୟପଟେ ଆମେରିକା ବୈଦେଶିକ ବିଭାଗ ନେପାଳର ଜରୁରୀ ଉଦ୍ଧାର କାର୍ଯ୍ୟ ପାଇଁ ୫,୦୦,୦୦୦ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୪.୧୫ କୋଟି ଟଙ୍କାର ସହାୟତା ରାଶି ତୁରନ୍ତ ମଞ୍ଜୁର କରିଛି ।ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୫୦ ରୁ ୬୦ ଆମେରିକୀୟ ନାଗରିକ ଥିଲେ। ଆମେରିକା ଏପର୍ଯ୍ୟନ୍ତ ଏହି ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତାଲିକା ପାଇନାହିଁ। ଆଶା ଅଛି ଆମେରିକୀୟ ନାଗରିକମାନେ ସୁରକ୍ଷିତ ଥିବେ।

ଅଧିକ ପଢନ୍ତୁ