କଲେଜ କ୍ୟାଣ୍ଟିନ୍ରେ ପୁରି, ବରା, ଆଳୁଚପ୍ ମନା । ରନ୍ଧନ ତେଲ ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲକୁ ପରାମର୍ଶ ଦିଆଯାଇଛି । କ୍ୟାଣ୍ଟିନ୍ରେ ପ୍ରାୟତଃ ଗୋଟିଏ ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରାଯାଉଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।ଏନେଇ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅପିଲ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାରମ୍ପରିକ ଘିଅ, ସୋରିଷ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ନିର୍ଦ୍ଦେଶ ଦିଆଯାଇଛି ।
