ଜନନାୟକ କୋଣ୍ଡାବାବୁ ଙ୍କ ମୁର୍ତ୍ୟୁ ସମଗ୍ର ଜିଲ୍ଲାରେ ଶୋକର ଛାୟା

ରାୟଗଡ଼ –ରାୟଗଡ ଜିଲ୍ଲାର ଜଣେ ଜନନାୟକ ଙ୍କ ପରଲୋକ ରେ ଶୋକର ଛାୟା ଖେଳିଯାଇଛି l ସାଧାରଣ ଜନତାଙ୍କ ମଧ୍ୟରେ ଏଭଳି ବିବ୍ରତ ହୋଇ ମର୍ମହାତ ହେଵା ରାୟଗଡରେ ପୂର୍ବରୁ କେବେ କାହାର ମୁର୍ତ୍ୟୁରେ ଦେଖା ଦେଇନଥିଲା l ସବୁ ଜାତି ସବୁ ସମ୍ପ୍ରଦାୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ l ଯାହାକି କୋଣ୍ଡା ବାବୁ ଭଳି ଜଣେ ଜନନାୟକ ଙ୍କ ମୁର୍ତ୍ୟୁ ପରେ ଦେଖିବାକୁ ମିଳିଛି l ଏମିତିକି ହଜାର ହଜାର ଲୋକ ଙ୍କ ଆଖି ଲୁହରେ ଭିଜି ଯିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l ବିଜେପିର ନେତା ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ୱାଇ ଭେଙ୍କଟେଶ୍ୱର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କ ମୁର୍ତ୍ୟୁ ପରେ ଜିଲ୍ଲା ବିଜେପି ର ମେରୁଦଣ୍ଡ ଭାଙ୍ଗିଛି ! କହିଲେ ଅତ୍ୟୁକ୍ତି ହେବନାହିଁ ଲ ସେ ତାଙ୍କ ହଜାର ହାଜର ସମର୍ଥକଙ୍କୁ ଧରି ବିଜେପି କୁ ସଦୃଢ଼ କରିବାକୁ ଦିନରାତି ଏକ କରିଦେଇଥିଲେ l ତାଙ୍କ ପାଖରେ ଥିବା ସାଙ୍ଗଠନିକ ଦକ୍ଷତା ଜିଲ୍ଲା ବିଜେପି ରେ ଆଉ କାହାପାଖରେ ଦେଖିବାକୁ ମିଳୁନଥିଲା ଲ ସେଥି ପାଇଁ ତାଙ୍କର ମୁର୍ତ୍ୟୁ ବିଜେପି ଆଉ ସାଧାରଣ ଜନତାଙ୍କ ପାଇଁ ଅପୁଅରଣିଅ କ୍ଷତି ବୋଲି ଅନୁମେୟ ହେଉଅଛି lସୂଚନାରୁ ଜଣାପଡିଛି କୋଣ୍ଡାବାବୁ ଗତକାଲି ଘରେ ଖାଇ ଶୋଇବା ପାଇଁ ଯାଇଥିଲେ । କିଛି ସମୟ ପରେ ସ୍ୱର୍ଗତ କଣ୍ଡାବାବୁଙ୍କ ପତ୍ନୀ କଣ୍ଡାବାବୁ ତଳେ ପଡିଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ପୂର୍ବରୁ ସେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ନିର୍ବାଚନ ସରିଲା ପରେ କୋଣ୍ଡାବାବୁ ବିଜେପିରେ ଯୋଗଦେଇଥିଲେ ଏବଂ ବିଜେପି ତାଙ୍କୁ ତେଲୁଗୁ ଭୋଟ ପାଇଁ ଗୁରୁତ୍ୱ ଦେଉଥିଲା । ସେ ଲଗାତାର ଦୁଇ ଦୁଇ ଥର ତଥା ନିକଟରେ ଟ୍ରକ ମାଲିକ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । କଣ୍ଡାବାବୁଙ୍କ ଦେହାନ୍ତ ଖବର ପ୍ରଘଟ ହେବା ପରେ ତାଙ୍କ ସମର୍ଥକ ଓ ଶୁଭେଛୁ ରାୟଗଡ ମୁଖ୍ୟ ଚିକିତ୍ସାଳୟ ଠାରେ ପହଂଚିଥିଲେ । ପରେ ସମଗ୍ର ଜିଲ୍ଲା ରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା lକୋଣ୍ଡା ବାବୁଙ୍କ ମର ଶରୀର ନିକଟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ଜିଲ୍ଲା ସାତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟାଧର ସବର , ଜିଲ୍ଲା ବିଜେପି ପ୍ରଭାରୀ କେ .ନାରାୟଣ ରାଓ ରାଜ୍ୟ ବିଜେପି ସଂପାଦିକା ପୂର୍ଣ୍ଣିମା ନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡ ବିଧାୟକ ଆପଲସ୍ୱାମୀ କାଡ୍ରାକା, ବିଜେିଡି ରାଜ୍ୟ ସଂପାଦକ ସୁଧୀର ଦାଶ, ବିଜେଡି କାର୍ଯ୍ୟକାରୀ ସଭାପତି ପି.ଗୌରୀ ଶଙ୍କର, ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡୁ, ବରିଷ୍ଠ ବିଜେପି ନେତା କାଳିରାମ ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପଟନାୟକ,ଏସଡିସି ଉପାଧ୍ୟକ୍ଷ ମଂଜୁଳା ମିଣିୟାକା, ବିଜେଡି ଜିଲ୍ଲା ସଭାନେତ୍ରୀ ଅନୁସୟା ମାଝି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ୱିନୀ କଂଚଡା, ବିଜେପି ନେତା ପୃଥିରାଜ, କୃଷ୍ଣ ପଟନାୟକ, ବିରଜା ପାତ୍ର ପ୍ରେସ୍ କ୍ଳବ ସଭାପତି ସଂଗ୍ରାମ କେଶରୀ ପଟନାୟକ , ୟୁଯେଏ ରାୟଗଡ ସଖା ସଭାପତି ସନ୍ତୋଷ ପାଣିଗ୍ରାହୀ ,ପ୍ରେସ୍ ୟୁନିଅନ ସଭାପତି ଇପିଲି ସର୍ବେଶ୍ୱର ରାଓ ସାଧାରଣ ସମ୍ପାଦକ ଶିବାଜୀ ଦାଶ , କୋଷାଧକ୍ଷ ଧରଣୀ ପଟନାୟକ , ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ , ସାମ୍ବାଦିକ ମୋନଜ ମିଶ୍ର , ବି .ରାବଣା , ସୁରେଶ ନାୟକ ପ୍ରମୁଖ ସ୍ୱର୍ଗତ କଣ୍ଡାବାବୁଙ୍କୁ ଅନ୍ତିମ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶେଷରେ ହଜାର ହଜାର ଜନସାଧାରଣ କୋଣ୍ଡା ବାବୁଙ୍କ ମରଶରୀର ସୋଭାଯାତ୍ରା ରେ ବାହାରି ରିଂ ରୋଡ଼ ସ୍ଥିତ ତାଙ୍କ କାର୍ଯ୍ୟାଳୟ ରେ କିଛି ସମୟ ପାଇଁ ରଖାଯାଇଥିଲା .ସହର ଶୋଭା ଯାତ୍ରା ପରେ ଜିଲ୍ଲା ବିଜେପି କାର୍ଯ୍ୟଲୟ ରେ ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଯାଇଥିଲା ଶେଷରେ ସିରିଗୁଡା ସ୍ଥିତ ସ୍ମସାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l

ଅଧିକ ପଢନ୍ତୁ