ନେପାଳରେ ଭୟଙ୍କର ବନ୍ୟା ବେଳେ ମାତିଛନ୍ତି ଲୁଟେରା । ଭାସି ଆସିଥିବା ଏକ ଟ୍ରେଜେରୀରୁ ଲୁଟିଛନ୍ତି ୯୨ ଲକ୍ଷ ଟଙ୍କା । ସଶସ୍ତ୍ର ପୋଲିସ ବଳ (ଏପିଏଫ୍) ଏବଂ ନେପାଳ ପୋଲିସର ଏକ ମିଳିତ ଟିମ୍ ତଲାସି ଓ ପାଟ୍ରୋଲିଂ ସମୟରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୯୨ ଲକ୍ଷ ୬୮ ହଜାର ୫୦୫ ନେପାଳୀ ଟଙ୍କା ଜବତ କରିଛି।ଖବର ମୁତାବକ, ରସୁୱା ଜିଲ୍ଲାର ଭୋଟେକୋଶୀରେ ଆସିଥିବା ବନ୍ୟା ପାଣିରେ ଏକ ବ୍ୟାଙ୍କ ଲକର ବୋହିଯାଇଥିଲା । ଏହି ଲକର ଧାଦିଙ୍ଗ ଜିଲ୍ଲାର ଗାଲଛି ଏବଂ ସିଦ୍ଧଲେଖର ଗାଁର କିଛି ଲୋକ ଏହାକୁ ଭାଙ୍ଗି ୯୨ ଲକ୍ଷ ୬୮ ଟଙ୍କା ଲୁଟିଥିଲେ । ଘଟଣା ବିଷୟରେ ନେପାଳ ପୋଲିସ ଖବର ପାଇଁ ସଶସ୍ତ୍ରବାହିନୀ ସହିତ ପୋଲିସ ଟିମ୍ ପହଞ୍ଚି ଚଢାଉ କରି ଟଙ୍କା ସହିତ ୨୯ ଜଣଙ୍କୁ ଗିରଫ କରିଛି । ପୋଲିସ କହିବା ଅନୁସାରେ, ଗିରଫ ହୋଇଥିବା ଅଧିକାଂଶ ଅଭିଯୂକ୍ତ ଗଲଛି-୪ର ମାଷ୍ଟର ଗାଁର ନିବାସୀ । ଏହାଛଡା ଚିତବନ ଏବଂ ପର୍ସା ମୂଳ ବାସିନ୍ଦା ବୋଲି ଜଣାପଡିଛି । ପୋଲିସ ଘଟଣାର ଯାଞ୍ଚ କରୁଛି ।
