ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଇମ୍ରାନ ହାଶମୀ

ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାସମୀ ସ୍ୱାଇନ୍ ଫ୍ଲୁ (H1N1) ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ନିକଟରେ ରାଞ୍ଚି ଗସ୍ତ ପରେ ତାଙ୍କର ଏହି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅସୁସ୍ଥତା କାରଣରୁ ଇମ୍ରାନ ତାଙ୍କର ନିର୍ଦ୍ଧାରିତ ବେଙ୍ଗାଲୁରୁ ଗସ୍ତକୁ ବାତିଲ କରିଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଶନିବାର ଦିନ ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀ ଜରିଆରେ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି।ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ ସେ ଲେଖିଛନ୍ତି, ‘ବେଙ୍ଗାଲୁରୁ, ମୁଁ ବହୁତ ଅସୁସ୍ଥ ଅଛି ଏବଂ ଦୁର୍ଭାଗ୍ୟବଶାତଃ ବେଙ୍ଗାଲୁରୁ ସୋ’କୁ ଆସିପାରିବି ନାହିଁ। କିନ୍ତୁ ‘ପିକ୍ଚର ଖତମ୍ ନହିଁ ହୁଆ, ବସ୍ ପୋଷ୍ଟପନ୍ ହୁଆ ହୈ !’ ମୁଁ ଆପଣ ସମସ୍ତଙ୍କୁ ସେପ୍ଟେମ୍ବର ୧୨, ଶନିବାର ଦିନ ‘ସନ୍‌ବର୍ଣ୍ଣ ୟୁନିଅନ୍’ରେ ଭେଟିବି। ଆପଣଙ୍କ ଟିକେଟ୍ ନୂଆ ତାରିଖ ପାଇଁ ବୈଧ ରହିବ। ଆପଣମାନଙ୍କୁ ଭେଟିବାକୁ ଅପେକ୍ଷା କରିଛି।’ଯଦି ତାଙ୍କ ୱାର୍କଫିଲ୍ଡ କଥା କୁହାଯାଏ ତେବେ ସେ ‘ଆୱାରାପାନ 2’ରେ ଦିଶା ପଟାନି ଏବଂ ଶବାନା ଆଜମୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନୀତିନ କକ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣିଥରେ ଶିବମ୍ ପଣ୍ଡିତଙ୍କ ଭୂମିକାରେ ଇମରାନ ହାସମୀ ଅଭିନୟ କରିଛନ୍ତି। ନିକଟରେ, ଇମରାନ ତାଙ୍କ ସହ-କଳାକାର ଦିଶା ପଟାନିଙ୍କ ସହିତ ମୁମ୍ବାଇର ଏକ ଥିଏଟର ପରିଦର୍ଶନ କରିଥିଲେ, ଯେଉଁଠାରେ ଉଭୟେ ଫିଲ୍ମର ଉତ୍କୃଷ୍ଟ ପ୍ରତିକ୍ରିୟା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ଇମରାନ ‘ଆୱାରାପାନ’ର ତୃତୀୟ ଭାଗକୁ ନିଶ୍ଚିତ କରିଥିଲେ।

ଅଧିକ ପଢନ୍ତୁ