ଓଡ଼ିଶା ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଏବେ ସିବିଆଇ ସ୍କାନରରେ ଜେଲ୍ ଡିଜି ତଥା ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥ। ସାମ୍ନାକୁ ଆସିଲା CBI ଦେଇଥିବା ରାଜ୍ୟ ସରକାରଙ୍କୁ ପତ୍ର ।CBI ତଦନ୍ତ ସଂପର୍କରେ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ କୁମାର ନାଥ, ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଥିଲେ। ଏହି ବୋର୍ଡ ଦ୍ୱାରା ପୋଲିସ SI ଏବଂ ସମକକ୍ଷ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯାଉଥିଲା । ଯାହା 05 ଓ 06 ଅକ୍ଟୋବର 2025ରେ ହେବାକୁ ଧାର୍ଯ୍ୟ ହୋଇଥିଲା। ସମଗ୍ର ପରୀକ୍ଷା ପ୍ରକ୍ରିୟାର ତଦନ୍ତ ବର୍ତ୍ତମାନ ଚାଲିଛି। ଏଥିରେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା, OPRB ଏବଂ ଅନ୍ୟମାନଙ୍କ ଭୂମିକା ମଧ୍ୟ ତଦନ୍ତର ଅଂଶ ଅଟେ। ମାମଲାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସିବିଆଇ ସୁଶାନ୍ତ ନାଥଙ୍କୁ ପଚରାଉଚରା କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ମାଗିଛି। ଅନୁମତି ମିଳିଲେ ସିବିଆଇ ତାଙ୍କୁ ଜେରା କରିପାରେ ।
