ପ୍ରେସ୍ ୟୁନିଅନ ପକ୍ଷରୁ ସାମ୍ବାଦିକ ପରିବାରକୁ ଭତ୍ତା ପ୍ରଦାନ

ଆଜି ତା-01.09.26 ରାୟଗଡ ଜିଲ୍ଲା ର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ପ୍ରେସ୍ ୟୁନିଅନ ରାୟଗଡ଼ ତରଫରୁ ସାମ୍ବାଦିକ ସ୍ବର୍ଗତଃ ରାଜୀବ ଲୋଚନ ପଣ୍ଡା ଙ୍କ ଅସହାୟ ପିତା ଉଦୟନାଥ ପଣ୍ଡା ଓ ମାତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି l ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଅ ସଭାପତି ଇପିଲି ସର୍ବେଶ୍ୱର ରାଓ ଙ୍କ ନେତୃତ୍ୱ ରେ ଗୁମୁଡା ଖିଲିଙ୍ଗ ରାଇ ସ୍ଥିତ ପିତା ମାତାଙ୍କ ବାସଗୃହ ରେ ପହଂଚି ମାସିକ ୧ ହଜାର ଟଙ୍କା ହିସାବରେ ଆଗାମୀ ବର୍ଷ ପୁର୍ବରୁ ୧୧ ମାସର ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି l ଏହି ଅବସରରେ ବୃଦ୍ଧବୃଦ୍ଧା ପିତାମାତା ୟୁନିଅନ ର ସବୁ ସଭ୍ୟଙ୍କୁ ଆସିର୍ବାଦ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି lପ୍ରେସ୍ ୟୁନିଅନ ର ଭତ୍ତା ଭଳି ଯୁଗାନ୍ତ କାରୀ ପଦକ୍ଷେପ କୁ ସାଧାରଣ ରେ ବେସ୍ ପ୍ରଶଂସା କରାଯାଇଛି l ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ରାଜ୍ୟ କିମ୍ବା କେନ୍ଦ୍ର ସାମ୍ବାଦିକ ଙ୍କ ମୁର୍ତ୍ୟୁ ପରେ ତାଙ୍କ ଅସହାୟ ପରିବାର କିମ୍ବା ପିତା ମାତାଙ୍କୁ କୌଣସି ମାସିକ ଭତ୍ତା ଵ୍ୟଵସ୍ଥା କରିନଥିବା ବେଳେ ପ୍ରେସ୍ ୟୁନିଅନ ରାୟଗଡ ପକ୍ଷରୁ ତାଙ୍କ ସଭ୍ୟ ଙ୍କ ଉଧେଶରେ ଲଗାତାର ଭତ୍ତା ପ୍ରଦାନ କରାଯାଉଥିବାରୁ ଗଣମାଧ୍ୟମ ମହଲରେ ଆଶା ର କିରଣ ଜାଗ୍ରତ ହୋଇଛି lୟୁନିଅନ ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଛନ୍ତି ୟୁନିଅନ ଏକ ପରିବାର , ପରିବାର ଭିତରେ ଯେକୌଣସି ସଭ୍ୟର ଅସହାୟ ସମୟରେ ଆମ ଏକତା ସଂଗଠନ କୁ ସଦୃଢ କରିଛି l ପ୍ରତ୍ୟକ ସଭ୍ୟଙ୍କ ଅସହାୟ ପଛରେ ୟୁନିଅନ ପାଚେରୀ ଭଳି ସୁରକ୍ଷା ଦେବାକୁ ପ୍ରୟାସ ରତ l ଆମ ୟୁନିଅନ ଏକ ଉଦାହରଣ ସୃଷ୍ଟି କରି ସରକାରଙ୍କୁ ବାର୍ତ୍ତା ଦେଇଛି ରାଜ୍ୟ ସରକାର ସାମ୍ବାଦିକ ଙ୍କ ଭତ୍ତା ନେଇ ଗୁରୁତର ସହ ତର୍ଜମା କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି l ଏଥିରେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ,କୋଷାଧକ୍ଷ ଧରଣୀଧର ପଟନାୟକ , ବରିଷ୍ଠ ସଭ୍ୟ ଅମୁଲ୍ୟ ନିସଙ୍କ ଉପସ୍ଥିତ ଥିଲେ l

ଅଧିକ ପଢନ୍ତୁ