ସେପ୍ଟେମ୍ୱର ୪ରେ କାମ କରିବନି ଏହି ବ୍ୟାଙ୍କ UPI

ଯଦି ଆପଣ SBIର UPI ବ୍ୟବହାର କରି ଦୈନିକ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ସେପ୍ଟେମ୍ବର ୪ ତାରିଖ ରାତିରେ ସତର୍କ ରହିବାକୁ ପଡିବ। ବ୍ୟାଙ୍କ କହିଛି ଯେ ରକ୍ଷଣାବେକ୍ଷଣ ଯୋଗୁଁ, UPI ପେମେଣ୍ଟ ଅସ୍ଥାୟୀ ଭାବରେ ଉପଲବ୍ଧ ହେବ ନାହିଁ। ତଥାପି, ଏହି ସମୟ ମଧ୍ୟରେ UPI Lite ଉପଲବ୍ଧ ହେବ |SBI ଅନୁଯାୟୀ, ୪ ସେପ୍ଟେମ୍ୱର ୨୦୨୬ ରାତି ୧୨:୧୫ ରୁ ୧:୦୦ ଟା ପର୍ଯ୍ୟନ୍ତ UPI ସେବା ଉପଲବ୍ଧ ହେବ ନାହିଁ। ଅର୍ଥାତ ଏହି ସେବା ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ପ୍ରଭାବିତ ରହିବ। ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ମେଣ୍ଟେନାନ୍ସ କାମ ର୍ନିଦ୍ଧାରିତ ସମୟ ପୂର୍ୱରୁ ମଧ୍ୟ ଶେଷ ହୋଇପାରେ।ଏହି ସମୟ ମଧ୍ୟରେ, ଗ୍ରାହକମାନେ ଛୋଟ ପେମେଣ୍ଟ ପାଇଁ UPI Lite ବ୍ୟବହାର କରିପାରିବେ। UPI Lite ପ୍ରତ୍ୟେକ ଥର UPI PIN ପ୍ରବେଶ ନକରି ₹1,000 ପର୍ଯ୍ୟନ୍ତ ଛୋଟ କାରବାରକୁ ଅନୁମତି ଦିଏ। ସର୍ବାଧିକ ₹5,000 ବାଲାନ୍ସ ବଜାୟ ରଖାଯାଇପାରିବ।UPI ମାଧ୍ୟମରେ ଦିନକୁ ସର୍ବ ମୋଟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇ ପାରିବ। ବ୍ୟକ୍ତିରୁ ବ୍ୟକ୍ତି (P2P) ପେମେଣ୍ଟ ମାଧ୍ୟମରେ ଦୈନିକ ୨୦ଟି ଟ୍ରାଞ୍ଜାକ୍ସନ କରିହେବ। ସେହିପରି କିଛି ଯାଞ୍ଚ ହୋଇଥିବା ମର୍ଚାଣ୍ଟ ବର୍ଗ (verified merchant categories) ପାଇଁ ଅଧିକ ଲିମିଟ ଉପଲବ୍ଧ ରହିଛି। ବୀମା (Insurance) ଏବଂ କ୍ୟାପିଟାଲ ମାର୍କେଟ୍ରେ ଏହି ସୀମା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ IPO, ଟ୍ୟାକ୍ସ ପେମେଣ୍ଟ, ହସ୍ପିଟାଲ ଏବଂ ସ୍କୁଲ-କଲେଜ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଅଧିକ ପଢନ୍ତୁ