ଆଜି ଲୋକପ୍ରିୟ ଅଭିନେତା ଶକ୍ତି କପୁରଙ୍କ ୭୪ତମ ଜନ୍ମଦିନ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଶକ୍ତି କପୁର ଆଜି ତାଙ୍କ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ଦୀର୍ଘ ଅଭିନୟ ଜୀବନରେ ସେ ଖଳନାୟକ, ସହଅଭିନେତା ଠାରୁ ଆରମ୍ଭ କରି କମେଡି ଚରିତ୍ର ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ତାଙ୍କ ନିଆରା ଅଭିନୟ ଶୈଳୀ ଓ ସଂଳାପ ପରିବେଷଣ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

୧୯୭୫ ମସିହାରେ ‘ଦୋ ଜାସୁସ୍’ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଶକ୍ତି କପୁରଙ୍କୁ ୧୯୮୦ର ‘କୁର୍ବାନୀ’ ଏବଂ ୧୯୮୧ର ‘ରକି’ ଚଳଚ୍ଚିତ୍ରରୁ ବଡ଼ ସଫଳତା ମିଳିଥିଲାଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିବା ଶକ୍ତି କପୁର ନିଜ ପ୍ରତିଭା ବଳରେ ହିନ୍ଦୀ ସିନେମାରେ ଏକ ଦୀର୍ଘ ଓ ସଫଳ ଯାତ୍ରା କରିଛନ୍ତି। ‘ଅନ୍ଦାଜ ଆପ୍‌ନା ଆପ୍‌ନା’ ଚଳଚ୍ଚିତ୍ରରେ ତାଙ୍କର ‘କ୍ରାଇମ ମାଷ୍ଟର ଗୋଗୋ’ (Crime Master Gogo) ଚରିତ୍ର ଏବଂ ‘ରାଜା ବାବୁ’ ଚଳଚ୍ଚିତ୍ରର ‘ନନ୍ଦୁ’ ଚରିତ୍ର ଆଜି ବି ସବୁଠାରୁ ଲୋକପ୍ରିୟ ଥିଲା |୮୦ ଏବଂ ୯୦ ଦଶକରେ ଅଭିନେତା କାଦର ଖାନ ଏବଂ ଅସରାନୀଙ୍କ ସହ ତାଙ୍କର କମେଡି ଯୋଡ଼ି ୧୦୦ରୁ ଅଧିକ ଫିଲ୍ମରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଥିଲା | ୧୯୯୫ ମସିହାରେ ‘ରାଜା ବାବୁ’ ଚଳଚ୍ଚିତ୍ରରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ସେ ପ୍ରତିଷ୍ଠିତ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ |ଶକ୍ତି କପୁର ତାଙ୍କ ଦୀର୍ଘ କ୍ୟାରିଅରରେ ୭୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣାଯାଏ।

ଅଧିକ ପଢନ୍ତୁ