ନନ୍ଦନକାନନ ଖୁଆଡରୁ ଖସି ଆସିଲା ହୁଲକ୍ ଗିବନ୍

ଖୁଆଡ଼ରୁ ଖସି ଆସିଲା ହୁଲକ୍ ଗିବନ୍ । ନନ୍ଦନକାନନ ଖୁଆଡରୁ ଖସି ବାହାରକୁ ଆସିଗଲା ହୁଲକ୍ ଗିବନ୍ ।ଖୁଆଡ଼ରୁ ବାହାରକୁ ଆସିବା ପରେ ଗିବନ୍‌ଟି ନନ୍ଦନକାନନ ପରିସରରେ ଥିବା ଏକ ବଡ଼ ଗଛ ଉପରେ ଯାଇ ବସି ରହିଥିଲା।

ଗିବନ୍‌ଟି ଖୁଆଡ଼ରୁ ବାହାରକୁ ଆସିଥିବା ଦେଖି କିଛି ପର୍ଯ୍ୟଟକ ନନ୍ଦନକାନନ କର୍ମଚାରୀଙ୍କୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ଜନ୍ତୁ ବିଭାଗର କର୍ମଚାରୀ ଓ ରେଞ୍ଜର ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ଖୁଆଡ଼ ବାହାରୁ ହୁଲକ ଗିବନକୁ ଭିତରକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ । ଫଳରେ ଦୀର୍ଘ ସମୟ ଯାଏ ପର୍ଯ୍ୟଟକଙ୍କୁ ହୁଲକ ଗିବନ ଦେଖିବାକୁ ବଞ୍ଚିତ ହୋଇଥିଲେ । ଗିବନଟି ଖୁଆଡ଼ ମଧ୍ୟରେ ଥିବା ଗଛର ଡାଳରୁ ଡେଇଁ ବାହାରକୁ ଆସି ଯାଇଥିଲା । ତେବେ ଖୁଆଡ଼ ମଧ୍ୟରେ ଏତେ ବଡ଼ ବଡ଼ ଗଛ କଣ ପାଇଁ ରଖାଯାଇଛି । ଯଦି ଅଛି ତେବେ ତାକୁ ସମୟ ସମୟ ମଧ୍ୟରେ କଣ ପାଇଁ ଡାଳ କଟା ଯାଉନାହିଁ । ଯେଉଁଥି ପାଇଁ ଆଜି ଏପରି ଘଟଣା ଘଟିଛି ।

ଅଧିକ ପଢନ୍ତୁ