ଚିନି-ପିଆଜ ପରେ ରେକର୍ଡ଼ ଭାଙ୍ଗିଲା ଅଣ୍ଡା ଦର

ବର୍ତ୍ତମାନ ଚିନି-ପିଆଜ ପରେ ଅଣ୍ଡା ମୂଲ୍ୟ ବୃଦ୍ଧିର ପ୍ରଭାବ ସବୁଠି ଅନୁଭୂତ ହେଉଛି।ବିଗତ ୧ ବର୍ଷ ସମଗ୍ର ଦେଶରେ ଅଣ୍ଡା ମୂଲ୍ୟ ପ୍ରାୟ ୪୦% ବୃଦ୍ଧି ପାଇଛି। ଅନେକ ସହରରେ, ଖୁଚୁରା ବଜାରରେ ଗୋଟିଏ ଅଣ୍ଡା ୯ ଟଙ୍କାରୁ ୧୦ ଟଙ୍କାରେ ବିକ୍ରି ହେଉଛି।National Egg Coordination Committee (NECC) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଦିଲ୍ଲୀରେ ଗୋଟିଏ ଅଣ୍ଡାର ମୂଲ୍ୟ ୬ ଟଙ୍କା ରହିଛି। ସେହିପରି କୋଲକାତାରେ ଏହାର ମୂଲ୍ୟ ପ୍ରାୟ ୬.୦୨ ଟଙ୍କା ରହିଛି। ହେଲେ ତଥାପି ଗ୍ରାହକ ସ୍ଥାନୀୟ ବଜାରରେ ଅଧିକ ମୂଲ୍ୟ ଦେଉଛନ୍ତି। ଅନେକ ସ୍ଥାନରେ ଗୋଟିଏ ଅଣ୍ଡାର ମୂଲ୍ୟ ୯ ଟଙ୍କାରୁ ୧୦ ଟଙ୍କା ବିକ୍ରି ହେଉଛି।

ଅଧିକ ପଢନ୍ତୁ