ପୁଣି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ । କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ନିର୍ଯାତନା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭାଇରଲ ଭିଡିଓ।ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି।ଏପରିକି ଛାତ୍ରଙ୍କୁ ଲୁଗା ସଫା କରିବାକୁ ବାଧ୍ୟ କରିବା ସହ ଅଶ୍ଳୀଳ ଆଚରଣ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି ।ନିଜ ସହ ଘଟିଥିବା ଏହି ନିର୍ଯାତନା ସମ୍ପର୍କରେ ଭାଇରଲ ଭିଡିଓ ମାଧ୍ୟମରେ କନିଷ୍ଠ ଛାତ୍ର ଅଭିଯୋଗ ଆଣିଛନ୍ତି। ତେବେ ଆବାସିକ ବିଦ୍ୟାଳୟ ଭଳି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏଭଳି ଅଭିଯୋଗ ଉଠିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ନିର୍ଯାତନାର ଶିକାର ହୋଇଥିବା ଛାତ୍ରର ପରିବାରକୁ ଜଣାଇଛନ୍ତି।
