ବଦଳିବ ଦଶମ ପାଠ୍ୟକ୍ରମ । ଦ୍ଵାଦଶ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ଦୁଇ ପାଠ୍ୟକ୍ରମ । ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା । ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସଇକୁ ନିର୍ଦ୍ଦେଶ । ଓଡ଼ିଆରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ । ନୂତନ କାର୍ଯ୍ୟାଳୟ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର । ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ ।ଯୁକ୍ତ ଦୁଇ ପଢ଼ିବା ଭିତରେ ଦକ୍ଷ ହେବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ପରେ ପାଇବେ କର୍ମ ନିଯୁକ୍ତି ।ଗଣଶିକ୍ଷା ସଚିବଙ୍କ କହିବା ଅନୁସାରେ, ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ। ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଗୋଟିଏ ବୋର୍ଡ ଅଧୀନକୁ ଆଣିବା ନେଇ ପଦକ୍ଷେପ ନିଆଯିବ।
