MMDR ଆକ୍ଟ ସଂଶୋଧନ ବିରୋଧରେ ବିଜେଡିର ରଣହୁଙ୍କାର: ସେପ୍ଟେମ୍ବର ୯ରେ ଲୋକସେବା ଭବନ ସମ୍ମୁଖରେ ଧାରଣା

୯ ତାରିଖରେ ଲୋକଭବନ ସମ୍ମୁଖରେ ବିଜେଡିର ଧାରଣା । MMDR ଆକ୍ଟ ୨୦୨୬ ସଂଶୋଧନ ବିରୋଧରେ ସେପ୍ଟେମ୍ବର ୯ ତାରିଖରେ ଲୋକଭବନ ସମ୍ମୁଖରେ ଧାରଣା ଦେବ। ଦିନ ୧୦ଟା ବେଳେ ଆନ୍ଦୋଳନ ସହ ରାଜ୍ୟ ସରକାରଙ୍କ ରାଜ୍ୟ ସ୍ବାର୍ଥ ବିରୋଧୀ ଆଭିମୂଖ୍ୟ ନେଇ ପ୍ରତିବା କରିବେ। ଏହି ପ୍ରତିବାଦ ସମୟରେ ବିଜେଡି ଲୋକପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବ ବୋଲି ସୂଚନା ମିଳିଛି।ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶାର ବହୁମୂଲ୍ୟ ଖଣି ଏବଂ ଖଣି ଥିବା ଜମିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ଅଧୀନକୁ ନେବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। କେନ୍ଦ୍ର ସରକାରଙ୍କର ଏହି ଓଡ଼ିଶା ବିରୋଧୀ ନୀତି ବିରୁଦ୍ଧରେ ବିଜୁ ଜନତା ଦଳ ଆଗକୁ ରାଜ୍ୟବ୍ୟାପୀ ଏକ ଦୁର୍ବାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଅଧିକ ପଢନ୍ତୁ