ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୁନା ନ କିଣିବା ପାଇଁ ପୁଣିଥରେ ନିବେଦନ କରିଛନ୍ତି ।ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ ଆଧାରରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ସହିତ ସରକାରଙ୍କ ନୀତିଗତ ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି।ମେଟାଲ୍ସ ଫୋକସ’ର ତଥ୍ୟ ଅନୁସାରେ, ମେ’ ମାସରେ ଭାରତ ପ୍ରାୟ ୨୯.୪ ଟନ ସୁନା ଆମଦାନୀ କରିଥିଲା। ଗତବର୍ଷର ସମାନ ସମୟ ତୁଳନାରେ ଏହା ପ୍ରାୟ ୪ ପ୍ରତିଶତ କମ ଥିଲା। ଏହାପରେ ଆମଦାନୀ ହ୍ରାସର ଗତି ଆହୁରି ବଢ଼ିଥିଲା। ଜୁନରେ ସୁନା ଆମଦାନୀ ପ୍ରାୟ ୨୦ ପ୍ରତିଶତ, ଜୁଲାଇରେ ୨୩.୭ ପ୍ରତିଶତ ଏବଂ ଅଗଷ୍ଟରେ ପ୍ରାୟ ୩୦ ପ୍ରତିଶତ କମିଥିବା ଜଣାପଡ଼ିଛି। ତେବେ, ଏହି ହ୍ରାସର କାରଣ କେବଳ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ନୁହେଁ । ଭାରତ ମେ’ ମାସରେ ସୁନା ଏବଂ ରୁପା ଉପରେ କଷ୍ଟମ୍ ଡ୍ୟୁଟି ୬ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରିଦେଇଥିଲା, ଯାହା ଫଳରେ ଆମଦାନୀ ହେଉଥିବା ସୁନା ମହଙ୍ଗା ହୋଇଯାଇଥିଲା । ସୁନା ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି, ଯାହାର ପ୍ରଭାବ ଗ୍ରାହକଙ୍କ ଚାହିଦା ଏବଂ ଆମଦାନୀ ପରିମାଣ, ଉଭୟ ଉପରେ ପଡ଼ିପାରେ ।ମେ’ ମାସରେ, ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ସୁନା କିଣିବା ବିଷୟରେ ଭାବିବାକୁ କହିଥିଲେ, କାରଣ ଦେଶକୁ ନିଜର ଆମଦାନୀ ଖର୍ଚ୍ଚ ପରିଚାଳନା କରିବାର ଆହ୍ୱାନର ସାମ୍ନା କରିବାକୁ ପଡ଼ୁଥିଲା । ଗତ ସପ୍ତାହରେ ସେ ସମାନ ପ୍ରକାରର ଅପିଲ୍ କରିଥିଲେ, ଯାହା ଦ୍ୱାରା ଆମଦାନୀରେ ଆଉ ଏକ ହ୍ରାସ ଘଟିବାର ସମ୍ଭାବନା ବଢ଼ିଯାଇଛି । ଜୁଏଲର୍ସ ଆସୋସିଏସନ ଆଶା କରୁଛି ଯେ ଏହି ନୂଆ ଅପିଲ୍ ଯୋଗୁଁ ସେପ୍ଟେମ୍ବର ମାସରେ ସୁନା ଆମଦାନୀରେ ପ୍ରାୟ ୧୫ ପ୍ରତିଶତ ହ୍ରାସ ଘଟିବ ।
