ବଲିଉଡର ସବୁଠାରୁ ସଫଳ ଓ ଚର୍ଚ୍ଚିତ ସସପେନ୍ସ-ଥ୍ରୀଲର୍ ଫ୍ରାଞ୍ଚାଇଜ୍ ‘ଦୃଶ୍ୟମ୍’କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଦୃଶ୍ୟମ୍ ୩’ (Drishyam: The Conclusion) ଏହି ସିରିଜ ଶେଷ ଭାଗ ହେବ। ଏହା ପରେ ଏହି ସିରିଜର ଆଉ କୌଣସି ସିକ୍ୱେଲ୍ ଆସିବ ନାହିଁ। ଫିଲ୍ମ ନିର୍ମାତା ଓ ଅଜୟ ଦେବଗନଙ୍କ କହିବା ଅନୁଯାୟୀ, କୌଣସି କାହାଣୀକୁ ଅଯଥାରେ ଟାଣିବା ଅପେକ୍ଷା ଉଚିତ୍ ସମୟରେ ତାହାର ସଠିକ୍ ଅନ୍ତ କରିବା ଜରୁରୀ। ବିଜୟ ସାଲଗାଓଁକର ଏବଂ ତାଙ୍କ ପରିବାରକୁ ନେଇ ଗଢ଼ିଉଠିଥିବା ଏହି ରୋମାଞ୍ଚକର ସସ୍ପେନ୍ସ କାହାଣୀର ତୃତୀୟ ଭାଗରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଫଳରେ ଦର୍ଶକଙ୍କୁ ଏକ ସମ୍ପୂର୍ଣ୍ଣ ଓ ସନ୍ତୋଷଜନକ ସମାପ୍ତି ଦେବା ପାଇଁ ଏହାକୁ ଶେଷ ଭାଗ ଭାବେ ଘୋଷଣା କରାଯାଇଛି।ତେବେ ଫିଲ୍ମରେ ଅଜୟ ଦେବଗନ ବିଜୟ ସାଲଗାଓଁକର, ତବୁ ଆଇଜି ମୀରା ଦେଶମୁଖ ଏବଂ ଶ୍ରିୟା ସରନ୍ ନନ୍ଦିନୀଙ୍କ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ରଜତ କପୁର, ଇଶିତା ଦତ୍ତ, ଜୟଦୀପ ଅହଲାୱତ ଏବଂ ପ୍ରକାଶ ରାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି ।
ଏହି ହିନ୍ଦୀ ରିମେକ୍ ୨୦୧୫ର ‘ଦୃଶ୍ୟମ୍’ ଫିଲ୍ମ ସହ ଆରମ୍ଭ ହୋଇଥିଲା, ଯାହା ମୋହନଲାଲଙ୍କ ମୁଖ୍ୟ ଭୂମିକା ଥିବା ମାଲାୟାଲମ୍ ଫିଲ୍ମ ଉପରେ ଆଧାରିତ ଥିଲା । ଏହାର ସିକ୍ୱେଲ୍ ‘ଦୃଶ୍ୟମ୍ ୨’ ୨୦୨୨ରେ ରିଲିଜ୍ ହୋଇଥିଲା ଏବଂ ବିଜୟଙ୍କ କାହାଣୀକୁ ଜାରି ରଖିଥିଲା । “ଦୃଶ୍ୟମ୍: ଦି କନକ୍ଲୁଜନ୍” ଅକ୍ଟୋବର ୨ରେ ସିନେମା ହଲରେ ରିଲିଜ କରିବ ।
