ଆସନ୍ତା ୨୦୩୫ ମସିହା ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ହେବ । ଭାରତୀୟ ବୈଜ୍ଞାନିକମାନେ ସେଠାରେ ରହି ବିଭିନ୍ନ ମହାକାଶର ବିଭିନ୍ନ ରହସ୍ୟକୁ ନେଇ ଗବେଷଣା କରିବେ । ଏହାସହିତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟମାନେ ପହଞ୍ଚିବେ । ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଭାରତର ମହାକାଶ ଯାତ୍ରା ବିଷୟରେ ଏହି ସମସ୍ତ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣ ଆରମ୍ଭ କରି ମୋଦି ସମ୍ମିଳନୀରେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଥିଲେ ।
