ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ । ବିରୂପା ନଦୀର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀକୁ ଉଦ୍ଧାର କରାଯାଇ ଥିବା ବେଳେ ସ୍ବାମୀ ନିଖୋଜ । ବରି ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।ବରୀ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଥିବା ସ୍ବାମୀ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ବୋଲି ଜଣାପଡ଼ିଛି। ପତ୍ନୀ ତିଳୋତ୍ତମା ଓଝାଙ୍କୁ କେନ୍ଦ୍ରାପଡ଼ା ଇନ୍ଦିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ସୋମବାର ସକାଳେ ଉଭୟ ସ୍ବାମୀ ସ୍ତ୍ରୀ ବାଲିକୁଦା ସେତୁ ଉପରକୁ ଆସି ନଦୀକୁ ଡେଇଁ ପଡ଼ିଥିଲେ ।
