ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ପାଣି

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍ ପାଣି । ସେହିଭଳି ବିଭିନ୍ନ ଫ୍ଲେଭରରେ ଆସିବ ଓମ୍‌ଫେଡ୍ ଆଇସକ୍ରିମ୍ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୋର୍ଡର ଅନୁମୋଦନ ମିଳିବା ପରେ ଓମଫେଡ୍ ପାଣି ଓ ବିଭିନ୍ନ ପ୍ରକାର ଫ୍ଲେଭରର ଆଇସକ୍ରିମ୍ ବଜାରକୁ ଆସିବ।

ଅନ୍ୟପକ୍ଷରେ ରାଜ୍ୟରେ କ୍ଷୀର, ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ଓମଫେଡ୍ କ୍ଷୀରର ଗୁଣବତ୍ତା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଓମଫେଡ୍ କ୍ଷୀରର ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓମଫେଡ୍ କ୍ଷୀରର ତ୍ରିସ୍ତରୀୟ ଯାଞ୍ଚ କରାଯାଏ। ଏଥିରେ ଫ୍ୟାଟ୍ ଚେକିଂ ସହ ଅନ୍ୟାନ୍ୟ ଗୁଣବତ୍ତା ପରୀକ୍ଷା ହୋଇଥାଏ। କ୍ଷୀରରେ ଅପମିଶ୍ରଣ ହେଉନାହିଁ |ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କ ପାଇଁ ଓମ୍‌ଫେଡ୍ କ୍ଷୀର ବିକ୍ରୟ ଦର ଦୁଇ ଟଙ୍କା ବଢିଛି । ଯାହା ଦ୍ୱାରା ଚାଷୀ ଅଧିକ ସ୍ୱାବଲମ୍ବୀ ହେବେ

ଅଧିକ ପଢନ୍ତୁ