୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି । ନୀତିକାନ୍ତି ସ୍ବାଭାବିକ ନେଇ ବ୍ରାହ୍ମଣ ନିଯୋଗ ସଭାପତି ଦେଇଛନ୍ତି ସୂଚନା। ସୂଚନାମୁତାବକ ପଞ୍ଚଚକ୍ର ବିଜେ ସେବା ସମ୍ପାଦନ କରିବା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟରେ ବିବାଦ ହୋଇଥିଲା ।କାଲି ରାତିରୁ ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ। ବିବାଦକୁ ନେଇ ଆଜି ବୈଠକ ବସିଥିଲା । ଖୋର୍ଦ୍ଧା ଜିଲ୍ଲା ADM ତଥା ଲିଙ୍ଗରାଜ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ବୋର୍ଡ, ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟରେ ବୈଠକ ହୋଇଥିଲା । ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆପୋଷ ବୁଝାମଣା ମାଧ୍ୟମରେ ନୀତି ସମ୍ପାଦନ କରିବାକୁ ମନ୍ଦିର ପରିଚାଳନା କମିଟି ନିବେଦନ କରିଥିଲା।

ଅଧିକ ପଢନ୍ତୁ