ନୟାଗଡ଼(ଲକ୍ଷ୍ମୀଧର ସାହୁ):ନୟାଗଡ଼ ସହର ପ୍ରଗତିର ଆଉ ଏକ ମାଇଲ ଖୁଣ୍ଟ। ନବୀନ ପଟ୍ଟନାୟକ ନୟାଗଡ଼ ସହରବାସୀଙ୍କୁ ଦେଇଛନ୍ତି ନୂତନ ଭେଟି। ନୟାଗଡ଼ର ବିଭିନ୍ନ ରାସ୍ତାଘାଟର ଉନ୍ନତି କରଣ ନିମନ୍ତେ ୯ କୋଟି ୬୪ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି।ଏହାଦ୍ୱାରା ସମସ୍ତ ରାସ୍ତା ଓ ଗଳିକନ୍ଦି ରାସ୍ତା ଉନ୍ନତି କରଣ ହେବ। ଏଥି ନିମନ୍ତେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଶିଳାନ୍ୟାସ କରିଛନ୍ତି । ପୁରୁଣା ସହର ଠାରେ ଥିବା ବଡ଼ମଠ ଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା। ତାରିଣୀ ନଗର,ସୁରନଗର, ମାର୍ଥା କଲୋନୀ, ସରସ୍ବତୀ ବିହାର, ଏବଂ ଏସପିଙ୍କ ବାସ ଭବନ ଲେନଠାରୁ ବସନ୍ତ ବିହାର,, ଶ୍ରୀକୃଷ୍ଣ ବିହାର, ଶାନ୍ତି ଗୋପାଳ ନଗର, ଚିଦାନନ୍ଦ ବିହାର, ପ୍ରକୃତି ବିହାର, ରାଧାନାଥ କଲୋନୀ, ଭିଜିଲାନସ ଲେନ, ପୁରୁଣା ରାଜବାଟି ରାସ୍ତା, କେଉଟ ସାହି, ବ୍ରାହ୍ମଣ ସାହି, କୁଞ୍ଜ ବିହାରୀ ସାହି, କରଣ ସାହି, ଶୁଖୁଆ କନ୍ଦି, ତିଅର ସାହି, ଓ ମଙ୍ଗଳା ସାହିର ରାସ୍ତା ଓ ଡ୍ରେନର ଉନ୍ନତିକରଣ କାର୍ଯ୍ୟକରାଯିବ। ଏହି କାର୍ଯ୍ୟକ୍ରମରେ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସ୍ନେହଲତା ଆଚାର୍ଯ୍ୟ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହିଥିଲେ।