ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବି କଲେ ନବୀନ । ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପୁନଃସମୀକ୍ଷା ଆବଶ୍ୟକ । ଏସଆଇଆର କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି କହିଛନ୍ତି ନବୀନ ।ଭୋଟର ତାଲିକାର ସଂଶୋଧନ ସମୟରେ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ ନପଡ଼େ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଦଳୀୟ ନେତା ଓ କର୍ମୀଙ୍କୁ ସେ ପୂର୍ବରୁ କହିଥିବା ଖବର ପ୍ରକାଶ ପାଇଛି ।
