ସିକ୍କିମରେ ଭୂସ୍ଖଳନ ପରେ ଅନେକ କ୍ଷୟକ୍ଷତି

ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ । ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି । ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ ପ୍ରଭାବିତ କରିଥିଲା ।ଏତେ ବଡ଼ ବିପର୍ଯ୍ୟୟ ସତ୍ତ୍ୱେ କୌଣସି ଜୀବନହାନି ଘଟି ନାହିଁ। ପାହାଡ଼ ଉପରୁ ପ୍ରବଳ ପରିମାଣର ମାଟି, ପଥର ଓ ଆବର୍ଜନାର ସୁଅ ଛୁଟି ଆସି ରିମ୍ବି ଗାଁର ଜନବସତି ଅଞ୍ଚଳକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଛି।ଘଟଣାସ୍ଥଳରୁ ବିପଦପୂର୍ଣ୍ଣ ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନକୁ ହାଇଆଲର୍ଟରେ ରଖାଯାଇ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଏହି ଘଟଣାରେ ଗଭୀର ଚିନ୍ତା ପ୍ରକାଶ କରିବା ସହ ଲୋକଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।ଲଗାତାର ବର୍ଷା ଯୋଗୁଁ ଆଗକୁ ଆହୁରି ଭୂସ୍ଖଳନର ଆଶଙ୍କା ରହିଛି। ତେଣୁ ବିପଦପ୍ରବଣ ସ୍ଥାନଠାରୁ ଦୂରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଅଧିକ ପଢନ୍ତୁ