
ନୟାଗଡ଼,(ଓଡ଼ିଶା ଦର୍ପଣ): ଖଣ୍ଡପଡ଼ା ବ୍ଲକ ଅଧୀନ ସିଧାମୂଳା ଗ୍ରାମ ନିକଟସ୍ଥ ମହାନଦୀ ସେତୁ ଉପରୁ ଜଣେ ଯୁବକ ମହାନଦୀକୁ ଡେଇଁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଥିବା ଜଣାପଡିଛି। ନିଖୋଜ ଯୁବକଙ୍କ ନାମ ସରୋଜ ନାଏକ (୨୬) ଓ ତାର ଘର ଦଶପଲ୍ଲା ବ୍ଲକ ଅଧୀନ ଢିପିସାହି ଗ୍ରାମରେ ବୋଲି ଜଣାପଡିଛି। ଖବରପାଇ ଖଣ୍ଡପଡ଼ା,ଗଣିଆ,କଟକ ଜିଲ୍ଲା ଅଧୀନ ନରସିଂହପୁର ଓ ବଡମ୍ବା ଅଞ୍ଚଳର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦିର୍ଘ ସମୟ ଧରି ଏକ ବୋଟ ଯୋଗେ ମହାନଦୀରେ ଖୋଜାଖୋଜି କରିଥିଲେ ହେଁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ସଂର୍ପକରେ କୌଣସି ଟେର ମିଳିନଥିବା ଜଣାପଡିଛି।ଏହି ଘଟଣାକୁ ନେଇ ନିଖୋଜ ଯୁବକଙ୍କ ପରିବାରବର୍ଗ ଆଶା ଆଶଙ୍କାରେ ଦିନ କାଟୁଥିବା ବେଳେ ପାରିବାରିକ ଅଶାନ୍ତିକୁ ନେଇ ଏଭଳି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି।ତେବେ ଏହି ଘଟଣା ପ୍ରଶାସନ ଓ ଅଗ୍ନିଶମ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଜଣାପଡିଛି।
