ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି।

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରେ ପୁଣି ହସ ଫୁଟୁଛି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ଉଭୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ମଙ୍ଗଳବାର ଉଭୟ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ନିଜର ଇନଷ୍ଟାଗ୍ରାମ ପେଜ୍‌ରେ ଏହାର ସୂଚନା ଦେଇଛନ୍ତି। ପୁତ୍ର ସନ୍ତାନର ନାଁ ଅକାୟ ନାମକରଣ କରାଯାଇଛି।

ଏହି ଖବର ପରେ ଦମ୍ପତ୍ତିକୁ ଚାରି ଆଡୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ସେମାନଙ୍କର ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି।ସୋସିଆଲ ମିଡିଆ ପ୍ରୋଫାଇଲରେ ପ୍ରକାଶିତ ଏକ ବିବୃତ୍ତିରେ କୋହଲି ଏବଂ ଅନୁଷ୍କା କହିଛନ୍ତି ଶିଶୁପୁତ୍ର ୧୫ ଫେବୃଆରୀରେ ଜନ୍ମ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital