୬ ଘଣ୍ଟାର ଜେରା, ଅଭିନେତା ଡିନୋ ମାରିଆଙ୍କୁ ଗିରଫ କଲା ମୁମ୍ଵାଇ ପୋଲିସ 

ମୁମ୍ବାଇର ଚର୍ଚ୍ଚିତ ମିଠୀ ନଦୀ ସଫେଇ ଦୁର୍ନୀତି ମାମଲାରେ ବଡ଼ ଅପଡେଟ୍ । ବଲିଉଡ୍ ଅଭିନେତା ଡିନୋ ମୋରିଆଙ୍କୁ ୬ ଘଣ୍ଟା ଧରି ମାରାଥନ୍ ପଚରାଉଚରା କରିବା ପରେ ଏବେ ମାମଲାରେ ଗିରଫଦାରୀ ହୋଇଛି ।୬୫ କୋଟି ଟଙ୍କାର ଏହି କଥିତ ଦୁର୍ନୀତି ମାମଲାରେ ବିଏମସିର ସାନିଟେସନ୍ ଠିକା ଏବଂ ଆର୍ଥିକ ଅନିୟମିତତାକୁ ନେଇ ତଦନ୍ତ ଚାଲିଛି । ନଦୀ ସଫେଇ ପାଇଁ ଅଣାଯାଇଥିବା ବିଶେଷଜ୍ଞ ମେସିନ୍, ଫାଙ୍କା ବିଲ୍ ଏବଂ ଟଙ୍କା କାରବାରକୁ ନେଇ ତଦନ୍ତକାରୀ ସଂସ୍ଥା ପ୍ରଶ୍ନ ଉଠାଇଛି ।ମାମଲାର ମୁଖ୍ୟ ଅଭିଯୁକ୍ତ କେତନ କଦମଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ ବେଳେ ଡିନୋ ମୋରିଆ ଏବଂ ତାଙ୍କ ଭାଇଙ୍କ ସହ ଯୋଗାଯୋଗର ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି । ଏହାପରେ ତଦନ୍ତକାରୀଙ୍କ ନଜରକୁ ଆସିଥିଲେ ଅଭିନେତା । ୬ ଘଣ୍ଟାର ମାରାଥନ୍ ପଚରାଉଚରା ପରେ ମାମଲା ଆହୁରି ରୋଚକ ମୋଡ଼ ନେଇଛି । ଆର୍ଥିକ କାରବାରକୁ ନେଇ ପୁଲିସ ଏବଂ ଇଡି ପକ୍ଷରୁ ଯାଞ୍ଚ ଜାରି ରହିଛି।EOW ଅଭିଯୋଗ କରିଛି ଯେ ଏହି ପ୍ରକଳ୍ପ ଯୋଗୁଁ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)କୁ ୬୫.୫୪ କୋଟି ଟଙ୍କାର କ୍ଷତି ହୋଇଛି।EOW ମେ ୨୦୨୫ ରେ ଅଭିନେତା ଏବଂ ତାଙ୍କ ଭାଇ ସାଣ୍ଟିନୋ ମୋରିଆଙ୍କୁ ପଚରାଉଚରା କରିଥିଲା। ତଦନ୍ତକାରୀମାନେ ସାଣ୍ଟିନୋଙ୍କ କମ୍ପାନୀ, UBO ରାଇଡ୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ଜଡିତ ଆର୍ଥିକ କାରବାର ମଧ୍ୟ ଯାଞ୍ଚ କରୁଥିଲେ।

ଅଧିକ ପଢନ୍ତୁ