ନକଲି ଆରଟିଓ ପେପର ଦେଇ କାଟୁଥିଲେ ଫାଇନ୍, ଯୁବକଙ୍କୁ ଗିରଫ କଲା ପୋଲିସ

ପଶ୍ଚିମବଙ୍ଗର ଏକ ଆରଟିଓ ନାଁରେ କରୁଥିଲେ ଠକେଇ । ଆରଟିଓ ନାଁରେ ନକଲି କାଗଜପତ୍ର ଦେଇ କାଟୁଥିଲେ ଚାଲାଣ । ଆଉ ଏହି ନକଲି ପେପର ପ୍ରିଣ୍ଟ କରି ବିକ୍ରି କରୁଥିବା ଯୁବକକୁ ଗିରଫ କରି କୋର୍ଟ ପଠାଇଛି ପୋଲିସ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ।ଅଭିଯୁକ୍ତ ନିଜକୁ ଆରଟିଓ ସହ ଜଡିତ ବ୍ୟକ୍ତି ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ ରହିଛି  । ବିଶେଷକରି ଗାଡ଼ି ସମ୍ପର୍କିତ ଜରିମାନା, ରସିଦ ଓ ବିଭିନ୍ନ କାଗଜପତ୍ର କରାଇ ଦେବା ନାଁରେ ଲୋକଙ୍କୁ ଠକେଇ କରାଯାଉଥିବା ନେଇ ବାରମ୍ବାର  ଅଭିଯୋଗ ହୋଇ ଆସୁଥିଲା  ।ତଦନ୍ତ ବେଳେ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ରିଣ୍ଟର, କମ୍ପ୍ଯୁଟର , ମୋବାଇଲ୍ ଫୋନ୍ ଇତ୍ଯାଦି ଜବତ କରିଛି ପୋଲିସ  ।  ଏହି ସମସ୍ତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତ ଜଣକ କେତେ ଦିନ ଧରି ଏଭଳି କାରବାର କରୁଥିଲା, ତାଙ୍କ ସହ ଆଉ କେହି ଜଡିତ ଅଛନ୍ତି କି ନାହିଁ ଏବଂ ଏହି ନକଲି କାଗଜପତ୍ର କେଉଁଠାରେ ତିଆରି ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି  ।

ଅଧିକ ପଢନ୍ତୁ