SCBରେ ଯୁବକଙ୍କ ହାଇଡ୍ରାମା । କଟକ SCB ମେଡିକାଲ୍ କ୍ୟାମ୍ପସ୍ ରେ ଯୁବକ ଜଣଙ୍କ ନିଜ ଜୀବନ ନେବାକୁ ଉଦ୍ୟମ କରିଥିଲେ । ସିଧା ପାଣି ଟାଙ୍କି ଉପରୁ ତଳକୁ ଡେଇଁ ପଡିଥିଲେ ଯୁବକ ଜଣଙ୍କ ।ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାଜୁଆଲିଟିରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଯୁବକ ଜଣକ ଜଣେ ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ଯାଜପୁର ଟାଉନ ଅଞ୍ଚଳର ରାଜେଶ ପରିଡା ବୋଲି ଜଣାପଡିଛି ।
