
ନୟାଗଡ଼,(ଓଡ଼ିଶା ଦର୍ପଣ):ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼. ଶରତଚନ୍ଦ୍ର ମିଶ୍ର, ଡ. ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ଡ଼.ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ ନେତା ଏମ୍ ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, ନାଟ୍ୟପ୍ରେମୀ ମିଷ୍ଟର କାଳିଆ, ପବିତ୍ର ଇନ୍ଦ୍ରଜିତ, ସୁଦର୍ଶନ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦଶପଲ୍ଲା ମାଟିର ଯୋଗଜନ୍ମା ପୁରୁଷ ଓଡିଆ ନାଟକର ସଙ୍କଟମୟ ସମୟରେ ଯେଭଳି ଘର ସଂସାର, ଭାଇ ଭାଉଜ, ନରୋତ୍ତମ ଦାସ କହେ ଭଳି ସାମାଜିକ ନାଟକମାନ ରଚନା କରି ନାଟକଜଗତର ମାନରକ୍ଷା କରିଥିଲେ,ତାହା ତାଙ୍କୁ ଅମର କରି ରଖିବ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଥିଲେ।
