ଆଜି ଛାତ୍ର ସଂସଦ ନିର୍ବାଚନ ପ୍ରଚାରର ଶେଷ ଦିନ

ଆଜି ଛାତ୍ର ସଂସଦ ନିର୍ବାଚନ ପ୍ରଚାରର ଶେଷ ଦିନ । ଆସନ୍ତାକାଲି Why I Stand For’ । ଏନେଇ କ୍ୟାମ୍ପସରେ ଉତ୍ସାହ ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀଙ୍କ କ୍ୟାମ୍ପେନିଂ ଜୋରଦାର ଚାଲିଛି ।୩୪୮ଟି କଲେଜରେ ହେବ ନିର୍ବାଚନ । ଯେଉଁ ଦଳ ପକ୍ଷରୁ ପ୍ରାର୍ଥୀମାନେ ଛିଡା ହୋଇଛନ୍ତି ସେମାନେ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ସମସ୍ୟା ପଚାରି କ୍ୟାମ୍ପନିଂ ଆରମ୍ଭ କରିଛନ୍ତି ଏବଂ କେବଳ ପ୍ରଚାର ନୁହେଁ, ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ମଧ୍ୟ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ହଷ୍ଟେଲ୍ ରେ ରହିଥିବା ସମସ୍ୟାଗୁଡ଼ିକୁ କାଗଜ କଲମରେ ଲେଖି ରଖୁଛନ୍ତି । ନିର୍ବାଚନ ପରେ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଭୋଟରଙ୍କୁ କେତେ ଆକୃଷ୍ଟ କରିପାରୁଛି, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ । । ଏହାରି ଭିତରେ ରାଜଧାନୀ କଲେଜରେ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ବିସିଜେଡି ପକ୍ଷରତ୍ପିଲାମାନଙ୍କ ପାଇଁ ସକାଳ ଜଳଖିଆ ପାଇଁ ଦହିବରା ଆଳୁଦମର ବ୍ୟବସ୍ଥା କରାଯାଇଥିବା ବେଳେ , ଏବିଭିପି ପକ୍ଷରୁ ଚାଉମିନର ବ୍ୟବସ୍ଥା କରିଛନ୍ତି । ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ୧୬ରେ ନବ ନିର୍ବାଚିତ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ ରହିଛି ।

ଅଧିକ ପଢନ୍ତୁ