ନବରାତ୍ରରେ ସୁନା ବେଶରେ ମା’ ମଝିଘରିଆଣୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ରାୟଗଡା : ଆରମ୍ଭ ହୋଇଯାଇଛି ନବରାତ୍ର ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ପୀଠ। ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ମା’ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗାଢ଼ ବିଶ୍ୱାସ ଓ ଭକ୍ତି। ମା’ଙ୍କୁ ଦର୍ଶନ କରି ମାନସିକ କଲେ ତାହା ପୂରଣ ହୁଏ ବୋଲି ରହିଛି ଦୃଢ଼ ବିଶ୍ୱାସ। ଚୈତ୍ର ପର୍ବ ଓ ଦଶହରା ନବରାତ୍ର ହେଉଛି ମା’ଙ୍କର ଦୁଇଟି ପ୍ରମୁଖ ପର୍ବ। ଦଶହରା ନବରାତ୍ର ପୂଜା ପୂର୍ବରୁ ମା’ଙ୍କ ଖଣ୍ଡା ପୂଜାର ରହିଛି ସ୍ୱତନ୍ତ୍ର ପରମ୍ପରା। ବର୍ଷତମାମ ଅଦୃଶ୍ୟ ଭାବେ ରଖାଯାଉଥିବା ପାଞ୍ଚଟି ଖଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡାକୁ ଦଶହରା ସମୟରେ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଶକ୍ତି ପୀଠ ରେ ପୂଜା କରାଯାଇଥାଏ। ମା’ଙ୍କ ଚଳନ୍ତି ପ୍ରତିମା ଭାବେ ଖଣ୍ଡା ପୂଜା ପାଉଥିବାରୁ ଏହା ସହ ଜଡ଼ିତ ରହିଛି ଅନେକ ଲୋକବିଶ୍ୱାସ। ମହାଷ୍ଟମୀ ଦିନ ମା’ ଚାମୁଣ୍ଡା ରୂପରେ ପୂଜା ପାଇଥାନ୍ତି।ନବରାତ୍ର ଆରମ୍ଭରୁ ମା’ଙ୍କ ସୁନା ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଆଜିଠାରୁ ଦଶହରା ପର୍ଯ୍ୟନ୍ତ ମା’ ସୁନା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମା’ଙ୍କ ଦର୍ଶନ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତ

ଅଧିକ ପଢନ୍ତୁ