ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଓ ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, କୋରାପୁଟ ଜିଲ୍ଲାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଛି । ଏହା ସହ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରୁ ମଧ୍ୟ ମୌସୁମୀ ବାୟୁ ଫେରିଯାଇଛି । ଆଗାମୀ ୨-୩ ଦିନ ମଧ୍ୟରେ ଦେଶ ସମେତ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ ବାୟୁ ।ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଅଧିକ ପଢନ୍ତୁ