ମହାପ୍ରଭୁ ଶ୍ରୀଜଗନ୍ନାଥ ସେବକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେବାୟତ ଘରର ପିଲାଙ୍କୁ ଭଲ ଶିକ୍ଷାଦାନ ସହିତ ଭଲ ଆଚାର ବ୍ୟବହାର ଶିକ୍ଷା ପ୍ରଦାନ ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ।ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ଯେଉଁ ସବୁ ଆଇନଗତ ସମସ୍ୟା ଥିଲା ସେସବୁ ସମାଧାନ ହୋଇଯାଇଛି। ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ପ୍ରାଚୀର ନିର୍ମାଣ ସେଡ ହୋଇଛି। ବହୁତ ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ଆମର ଲକ୍ଷ୍ୟ ରହିଛି। ସେବାୟତଙ୍କ ଆଗାମୀ ପିଢ଼ିକୁ ଶିକ୍ଷିତ, ଶୃଙ୍ଖଳିତ କରିବାକୁ ଆଦର୍ଶ ଗୁରୁକୁଳ ପ୍ରକଳ୍ପ ବେଶ୍ ସହାୟକ ହେବ ବୋଲି ଆଶା ରହିଛି। ସେବାୟତଙ୍କ ପାଇଁ ଆବାସ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବୀମାକୁ ସରଳୀକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାପ୍ରଭୁଙ୍କର ସମସ୍ତ ସେବକଙ୍କ ପରିବାରର ଭଲ ମନ୍ଦ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା କରାଯିବ’ ବୋଲି ନିଷ୍ପତ୍ତି ହୋଇଛି।
