ବଲିଉଡ୍ ସୁପରଷ୍ଟାର ସନ୍ନି ଦେଓଲଙ୍କ ଦ୍ୱିତୀୟ ଇନିଂସର ଏକ ସୁନ୍ଦର ଆରମ୍ଭ ହୋଇଛି । ଗଦର 2 ଏବଂ ବର୍ଡର 2 ର ସଫଳତା ପରେ, ଅଭିନେତା ଆଉ ଏକ ବ୍ଲକବଷ୍ଟର ସହିତ ଥିଏଟରକୁ ଫେରିବାକୁ ଯାଉଛନ୍ତି । ସେ ଏବେ ‘ସୂର୍ଯ୍ୟ’ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମର ପୂରା ନାମ ‘ସୂର୍ଯ୍ୟ ଅନ୍ତ ସେ ଆରମ୍ଭ ତକ’ ରଖାଯାଇଛି ।ସନି ପାଜିଙ୍କ ଏହି ଲୁକ୍ ପ୍ରଶଂସକଙ୍କ ଉତ୍ସାହକୁ ଅନେକ ଗୁଣ ବଢ଼ାଇ ଦେଇଛି । ଯାହାର ଭିଡିଓ ଭାଇରାଲ ହେବା ପରେ ସନ୍ନି ଦେଓଲଙ୍କ ଫ୍ୟାନ୍ସଙ୍କର ଅନେକ ପ୍ରତିକ୍ରିୟା ମିଳିଛି ।ଯଦି‘ସୂର୍ଯ୍ୟ’ ଫିଲ୍ମ ସମ୍ପର୍କରେ କୁହାଯାଏ ତେବେ ସନି ଦେଓଲଙ୍କ ଏହି ଫିଲ୍ମ ୨୦ ନଭେମ୍ବର ୨୦୨୬ରେ ସିନେମା ହଲ୍ରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଏମ୍. ପଦ୍ମକୁମାର ଦେଉଛନ୍ତି । ଫିଲ୍ମରେ ରବି କିଶନ ଏବଂ ପ୍ରଜ୍ଞା ଜୈସୱାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
