ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା, ସତର୍କ କରାଇବ ରାଡାର: ଆଇଏମଡି ଡିଜି

ବଜ୍ରପାତ ପୂର୍ବରୁ ଆଗୁଆ ସୃୂଚନା । ବଜ୍ରପାତର କିଛି ମିନିଟ୍ ସତର୍କ କରାଇବ ରାଡାର । ସାଧାରଣତଃ ରାଜ୍ୟରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ବଜ୍ରପାତ ହୋଇଥାଏ । ଚାଷୀ ଓ କୃଷି ଶ୍ରମିକ ମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଡାର୍ ଓ ବଜ୍ରପାତ ଚିହ୍ନଟ ବ୍ୟବସ୍ଥାର ଉନ୍ନତି କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ତିନୋଟି ରାଡାର୍ କାର୍ଯ୍ୟ କରୁଛି ।ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରୁ ବଜ୍ରପାତରେ ସର୍ବାଧିକ ପ୍ରଭାବିତ ହେଉଥିବା ବର୍ଗ ହେଉଛନ୍ତି ଚାଷୀ ଓ କୃଷି ଶ୍ରମିକ । ତେଣୁ ଏହି ବର୍ଗର ଲୋକଙ୍କ ସୁରକ୍ଷା ଉପରେ ଆମକୁ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ଓଡ଼ିଶାରେ ସାଧାରଣତଃ ଜୁନ୍, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବଜ୍ରପାତ ଅଧିକ ହୋଇଥାଏ । ଏହା ବ୍ୟତୀତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହେଉଥିବା ବାତ୍ୟା ଋତୁରେ ମଧ୍ୟ ବଜ୍ରପାତ ଦେଖାଯାଏ ।ରାଡାର୍ ଓ ବଜ୍ରପାତ ଚିହ୍ନଟ ବ୍ୟବସ୍ଥାର ଉନ୍ନତି କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ତିନୋଟି ରାଡାର୍ କାର୍ଯ୍ୟ କରୁଛି । ଡିସେମ୍ବର ସୁଦ୍ଧା ଆଉ ଦୁଇଟି ରାଡାର କାର୍ଯ୍ୟ କରିବ । ଏହି ରାଡାର୍ ମାଧ୍ୟମରେ ପ୍ରାୟ ୧୫୦ କିଲୋମିଟର ପରିସର ମଧ୍ୟରେ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉଛି ।ଡିସେମ୍ବର ସୁଦ୍ଧା ଆଉ ଦୁଇଟି ରାଡାର କାର୍ଯ୍ୟ କରିବ। ଏଥିସହିତ ଭାରତୀୟ ଟ୍ରପିକାଲ୍ ମେଟିଓରୋଲୋଜି ପ୍ରତିଷ୍ଠାନ (IITM), ଭାରତୀୟ ପାଣିପାଗ ବିଭାଗ (IMD) ଓ ଅନ୍ୟାନ୍ୟ ସଂସ୍ଥାର ତଥ୍ୟକୁ ସମନ୍ୱିତ କରି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଜ୍ରପାତକୁ ଚିହ୍ନଟ ଓ ଅନୁଧ୍ୟାନ କରିବା ପାଇଁ ଏକ ବଜ୍ରପାତ ନିରୀକ୍ଷଣ ନେଟୱର୍କ ବିକଶିତ କରାଯାଉଛି । ସାଇରନ୍ ବ୍ୟବସ୍ଥା ମଧ୍ୟ ପ୍ରାୟ ୩ କିଲୋମିଟର ପରିଧି ମଧ୍ୟରେ ସାଇରନ୍ ର ଶବ୍ଦ ଶୁଣିହେବ ।ଏହା ଶୁଣି ଲୋକମାନେ ସତର୍କ ହୋଇ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ । ଚାଷୀମାନଙ୍କ ବଜ୍ରପାତ ସମସ୍ୟାକୁ ବୁଝିବା ଆବଶ୍ୟକ ବୋଲି କହିଛନ୍ତି  ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅଧିକ ପଢନ୍ତୁ