ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୮ରୁ ୨୯ ତାରିଖ ଯାଏଁ ସେ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ଆୟୋଜିତ ହେବାକୁ ଥିବା ମେଗା ଆଇ କ୍ୟାମ୍ପ ଶିବିରରେ ଯୋଗଦେବେ । ଏହା ସହିତ ତାଙ୍କର ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମହାମହିମ ମା’ କିଚକେଶ୍ୱରୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବେ । ଏନେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦୁଇ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ଆଜି ବସୁଛି ପ୍ରସ୍ତୁତି ବୈଠକ । ଏହି ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା । ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ରେ ଏବଂ ରାଷ୍ଟ୍ରପତି ଅକ୍ଟୋବର ୨୮ରୁ ୨୯ ତାରିଖ ଯାଏଁ ଓଡ଼ିଶା ଗସ୍ତରେ ଆସିବେ।
