ଅଡୁଆରେ ଅଜୟ ଦେବଗନ୍,, ବଙ୍ଗଳା ଉପରେ BMCର ବଡ ଆକ୍ସନ

ବଲିଉଡ ଅଭିନେତା ଅଜୟ ଦେବଗନ ‘ଦୃଶ୍ୟମ-୩’ର ବକ୍ସ ଅଫିସ ରେକର୍ଡକୁ ନେଇ ଖବରରେ ରହିଥିବାବେଳେ ତାଙ୍କ ପତ୍ନୀ କାଜୋଲ ସମଗ୍ର ପରିବାର ସହିତ ନବରାତ୍ରି ଉତ୍ସବରେ ବୁଡ଼ି ରହିଛନ୍ତି । ଏହାରି ମଧ୍ୟରେ କିନ୍ତୁ ସେ ବ୍ୟକ୍ତିଗତ ଭାବେ ରିୟଲ ଲାଇଫ୍‌ରେ ଆଇନଗତ ଏବଂ ପ୍ରଶାସନିକ କ୍ଷେତ୍ରରେ ସମସ୍ୟାରେ ପଡ଼ିଛନ୍ତି । ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ଅଜୟ ଦେବଗନଙ୍କ ବଙ୍ଗଳା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ବଙ୍ଗଳାର କିଛି ଅଂଶ ଭାଙ୍ଗି ଦିଆଯାଇଛି ।ଜୁହୁର ଜେଭିପିଡି ସ୍କିମରେ ଥିବା ପ୍ରାୟ ୭,୮୦୨ ବର୍ଗଫୁଟର ଏହି ବଙ୍ଗଳାଟି ଦେବଗନ୍ ପରିବାରର ମାଲିକାନାରେ ରହିଛି। ଗତ ଅଗଷ୍ଟ ମାସରେ ଏହି ପ୍ରପର୍ଟିକୁ ଏକ ସାଲୋନ୍ କମ୍ପାନିକୁ ୫ ବର୍ଷ ପାଇଁ ଲିଜ୍‌ରେ ଦିଆଯାଇଥିଲା। ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୧୦.୬୧ କୋଟି ଟଙ୍କା ଥିଲା ଏବଂ ମାସିକ ଭଡ଼ା ପ୍ରାୟ ୧୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଆବାସିକ ବ୍ୟବହାର ପାଇଁ ସୋସାଇଟି ପକ୍ଷରୁ ଏନ୍‌ଓସି ଦିଆଯାଇଥିବା ବେଳେ ସାଲୋନ୍ ସେଟଅପ୍ ପାଇଁ ଭିତରେ ବେଆଇନ ଭାବେ କାନ୍ଥ ବିଭାଜନ ଏବଂ ନୂଆ ଝରକା ନିର୍ମାଣ କରାଯାଉଥିଲା। ଏସବୁ କାମ ପାଇଁ ବିଏମ୍‌ସିରୁ କୌଣସି ବୈଧ ଅନୁମତି ନିଆଯାଇ ନଥିଲା।

ଅଧିକ ପଢନ୍ତୁ