ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ୩ ଘଣ୍ଟା ଅଟକ: ୫୦ ହଜାର ଟଙ୍କା କଟିଲା ଚାଲାଣ

ଦିଲ୍ଲୀରେ ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବିମାନବନ୍ଦରରେ ଭଗଓ୍ୱନ୍ତଙ୍କୁ ରଖାଗଲା ଅଟକ । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ।ପଞ୍ଜାବ ଆପ୍‌ର ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ପ୍ରଭାରୀ ବଲତେଜ ପନ୍ନୁଙ୍କ କହିବା ଅନୁଯାୟୀ, ରାଜ୍ୟର ଉତ୍ପାଦକୁ ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପ୍ୟାରିସ ଯାଇଥିଲେ। ସେଠାରେ ଏକ ବୃହତ୍‌ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ପଞ୍ଜାବର ରାଜମା ଓ ଛୋଲେ ଭଳି ଖାଦ୍ୟ ସାମଗ୍ରୀକୁ ଉପସ୍ଥାପନ କରିବା ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା। ବିଦେଶ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବାଧାର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ପ୍ୟାରିସରେ ଭାରତୀୟ ଦୂତାବାସର ଅଧିକାରୀମାନଙ୍କୁ ତାଙ୍କୁ ଆବଶ୍ୟକ ସମ୍ମାନ ଓ ପ୍ରୋଟୋକଲ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସେ ଫ୍ରାନ୍ସରୁ ଫେରିଲା ବେଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା । ଦିଲ୍ଲୀ ବିମାନବନ୍ଦରରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଲଗେଜ ଯାଞ୍ଚ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଅଟକାଯାଇଥିଲା। ପ୍ରାୟ ୩ ଘଣ୍ଟା ପରେ ଯିବାକୁ ଅନୁମତି ମିଳିବ ବୋଲି କୁହାଯିବା ପରେ ଜଣେ ଅଧିକାରୀ ଆସି ଚାପ ଥିବା ଦର୍ଶାଇ ଚାଲାଣ କାଟିବାକୁ ପଡ଼ିବ ବୋଲି କହିଥିଲେ। ଏହା ପରେ ୫୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା

ଅଧିକ ପଢନ୍ତୁ