ଇନଷ୍ଟାଗ୍ରାମରେ ପ୍ରଥମ ଥର ପାଇଁ ଆକାଉଣ୍ଟ ଖୋଲିଲେ ସୋନିଆ ଗାନ୍ଧୀ

ଇନଷ୍ଟାଗ୍ରାମରେ ପ୍ରଥମ ଥର ପାଇଁ ଆକାଉଣ୍ଟ ଖୋଲିଲେ ସୋନିଆ ଗାନ୍ଧୀ । ଆତ୍ମଜୀବନୀ ପୁସ୍ତକର ପ୍ରଥମ ପୋଷ୍ଟ ଇନଷ୍ଟାରେ ସେୟାର କରିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ।ଏହି ପୁସ୍ତକ ଆସନ୍ତା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରଥମ ପୋଷ୍ଟରେ ପାଠକଙ୍କ ସହ ସେୟାର କରି ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସମସ୍ତଙ୍କୁ ନମସ୍କାର । ‘Belonging: A Journey of Love’ ର ପ୍ରଥମ ଝଲକ ଆପଣମାନଙ୍କ ସହ ସେୟାର କରି ମୁଁ ଅତ୍ୟନ୍ତ କୃତଜ୍ଞ। ଏହା ପ୍ରେମ, କର୍ତ୍ତବ୍ୟ, ଦୁଃଖ ଏବଂ ନିଜର ଏକ ସ୍ଥାନ ଖୋଜିବାର କାହାଣୀ ବୋଲି ସେ ଉଲ୍ଲେଖ କରିଛନ୍ତି ।ସୋନିଆ ଗାନ୍ଧୀଙ୍କ ଏହି ସ୍ମୃତିକଥାରେ ତାଙ୍କ ପିଲାଦିନଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ସମ୍ପର୍କ ଏବଂ ଭାରତୀୟ ରାଜନୀତିରେ ତାଙ୍କ ଯାତ୍ରା ସମ୍ପର୍କରେ ବିବରଣୀ ରହିଛି।

ଅଧିକ ପଢନ୍ତୁ