ନାବାଳିକାଙ୍କ ପେଟରୁ ବାହାରିଲା ୨୦ କେଜି ଓଜନର ଟ୍ୟୁମର

ଆଦିବାସୀ ଅଧ୍ୟୁତିସ ଅଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ମାଲକାନଗିରି ମେଡିକାଲରେ ଦେଖିବାକୁ ମିଳିଲା ଚମତ୍କାର। ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ବିରାଟ ଟ୍ୟୁମର। ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏବେ ନାବାଳିକା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି।ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ବାଙ୍ଗାବାଡ଼ି ଗାଁର ତୁଳସୀ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାର ସାମ୍ନା କରୁଥିଲେ। ତାଙ୍କ ପେଟ ସବୁ ବେଳେ ଅସ୍ୱାଭାବିକ ଢଙ୍ଗରେ ଫୁଲି ରହୁଥିଲା। ଏଥିଯୋଗୁ ତାଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। ଏଥିପାଇଁ ସେ ବିଭିନ୍ନ ସ୍ଥାନରେ ଚିକିତ୍ସା କରିଥିଲେ। ତଥାପି କେହି ବି ଏହାର ଉପଚାର ତ ଦୂରର କଥା ପେଟ ଫୁଲିବା ସମସ୍ୟା ସମ୍ପର୍କରେ ମଧ୍ୟ ଜାଣି ପାରି ନଥିଲେ।

ସବୁଆଡ଼ୁ ନିରାଶ ହେବା ପରେ ତୁଳସୀଙ୍କୁ ଧରି ପରିବାର ଲୋକ ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ପେଟରେ ଥିବା ବିଶାଳ ଟ୍ୟୁମର ସମ୍ପର୍କରେ ଜାଣିବାକୁ ପାଇଥିଲେ ଡାକ୍ତର। ତେବେ ଟ୍ୟୁମରର ଆକାର ଅତ୍ୟନ୍ତ ବିଶାଳ ଥିବାରୁ ଏହାକୁ ବାହାର କରିବା ଡାକ୍ତରୀ ଟିମ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ଡାକ୍ତର ଦିଣ୍ଡା ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦୀର୍ଘ ଘଣ୍ଟାର ଅପରେସନ ପରେ ତୁଳସୀଙ୍କ ପେଟରୁ ଟ୍ୟୁମରକୁ ସଫଳତାର ସହ ବାହାର କରିଥିଲେ।

ଅଧିକ ପଢନ୍ତୁ